୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ୬, ୩୯୬ ସଂକ୍ରମିତ ଚିହ୍ନଟ ଏବଂ ୨୦୧ ମୃତ

ଦିଲ୍ଲୀ: ମାର୍ଚ୍ଚ ୦୪ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୩୯୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୪୫୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୬୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୩ ଲକ୍ଷ ୬୭ ହଜାର ୭୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ୨୪ ଘଣ୍ଟାରେ ୨୦୧ ଜଣଙ୍କର ମୃତୁ୍ୟ ହୋଇଛି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୬୯ ହଜାର ୮୯୭ ରହିଛି ।

ଦେଶରେ ଦୈନିକ ସଂକ୍ରମଣ ହାର ୦. ୬୯ ପ୍ରତିଶତ ରହିଥିଲାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୯୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୭୮. ୨୯ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Comments are closed.