ଦିଲ୍ଲୀ: ଅକ୍ଟୋବର ୨୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪, ୩୦୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୮, ୭୬୨ ଜଣ ସୁସ୍ଥ ହୋଇଛନ୍ତି । କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୮, ୫୩୮ ରହିଛି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮.୧୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୫ ଲକ୍ଷ ୬୭ ହଜାର ୩୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୯୫ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୪୪୩ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷରୁ ଅଧିକ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୨୪ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୪୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୦୨.୨୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
Comments are closed.