୨୪ ଘଣ୍ଟାରେ ଦେଶରେ ୨,୨୫୯ କରୋନା ସଂକ୍ରମିତ ଚିହ୍ନଟ ଓ ୨୦ ମୃତ

ଦିଲ୍ଲୀ: ମେ ୨୦ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୨୫୯ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୩୧ ହଜାର ୮୨୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୫ ହଜାର ୦୪୪ ଜଣ ରୋଗୀ ସକ୍ରିୟ ରହିଛନ୍ତି ।

ସେହିପରି ଆଜି ୨, ୬୧୪ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୯୨ ହଜାର ୪୫୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ୨୦ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୪ ହଜାର ୩୨୩ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

Comments are closed.