ଦିଲ୍ଲୀ: ଜୁନ୍ ୦୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଆଜି ୩ ହଜାର ୭୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୬୪ ହଜାର ୫୪୪ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୯ ହଜାର ୫୦୯ ଜଣ ସକ୍ରିୟ ରୋଗୀ ରହିଛନ୍ତି ।
ଆଜି ୨, ୫୮୪ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୬ ଲକ୍ଷ ୨୦ ହଜାର ୩୯୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ୫ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୪ ହଜାର ୬୪୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।
Comments are closed.