୨୪ ଘଣ୍ଟାରେ ଦେଶରେ ୧୪,୩୧୩ କରୋନା ସଂକ୍ରମିତ ଏବଂ ୨୬, ୫୭୯ ସୁସ୍ଥ

ଦିିଲ୍ଲୀ: ଅକ୍‌ଟୋବର ୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୩୧୩ ରହିଛି । ସେହପରି ୨୪ ଘଣ୍ଟାରେ ୨୬, ୫୭୯ ଜଣ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଆଜି ଅଧିକ ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮.୦୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୩ କୋଟି ୩୩ ଲକ୍ଷ ୨୦ ହଜାର ୫୭ ଜଣ କରୋନା ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୧୪ ହଜାର ୯୦୦ ରହିଛି ।
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ୧୮୧ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୪୮ ପ୍ରତିଶତ ରହିଥିଲା ବେଳେ ଦୈନିକ ସଂକ୍ରମଣ ହାର ୧.୨୧ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୫. ୮୯ କୋଟିରୁ ଅଧିକ ଜଣ କରୋନା ଟିକା ନେଇସାରିଲେଣି ।

Comments are closed.