୨୪ ଘଣ୍ଟାରେ ରାଜ୍ୟରେ ୩୧୬ ଜଣ କରୋନା ସଂକ୍ରମିତ ଓ ୪୫୦ ସୁସ୍ଥ

ଭୁବନେଶ୍ୱର: ନଭେମ୍ବର ୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩, ୬୫୧ ସ୍ୱାବ ଟେଷ୍ଟ ମଧ୍ୟରୁ ୩୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୧ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୮୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୧ ହଜାର ୭୭୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୪୫୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୨୯ ହଜାର ୧୪୭ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୩୩୬ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪, ୨୩୭ ରହିଛି ।

 

Comments are closed.