ଭୁବନେଶ୍ୱର: ଡିସେମ୍ବର ୧୦ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ପୁଣି ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାକୁ ଲାଗୁଛି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୧୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୧ ହଜାର ୨୪୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୨୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୦ ହଜାର ୬୨୦ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨,୧୩୭ ରହିଛି ।
Covid-19 Report For 9th December
New Positive Cases: 286
Of which 0-18 years: 40
In quarantine: 168
Local contacts: 118(Details of local contacts will be shared by concerned District)
1. Angul: 1
2. Balasore: 3
3. Cuttack: 17
4. Dhenkanal: 9
5. Ganjam: 5
6. Jagatsinghpur: 3— I & PR Department, Odisha (@IPR_Odisha) December 10, 2021
New recoveries: 217
Cumulative tested: 24300512
Positive: 1051241
Recovered: 1040620
Active cases: 2137— I & PR Department, Odisha (@IPR_Odisha) December 10, 2021
Comments are closed.