୨୪ ଘଣ୍ଟାରେ ରାଜ୍ୟରେ ୪୪୮ କରୋନା ସଂକ୍ରମିତ ଓ ୪୩୮ ସୁସ୍ଥ

ଭୁବନେଶ୍ୱର: ଅକେଫାବର ୧୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩, ୮୮୭ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୫୯ ଜଣ କ ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩୨ ହଜାର ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୪୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ୭୪୯ ହଜାର ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୬ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୨୫୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୦୮୭ ରହିଛି ।

 

Comments are closed.