ଭୁବନେଶ୍ୱର: ଜାନୁଆରୀ ୧୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯, ୦୧୮ ସ୍ୱାବ ଟେଷ୍ଟ ମଧ୍ୟରୁ ୭, ୦୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଥିଲା ବେଳେ ଆଜି ୭ ହଜାରକୁ ବୃଦ୍ଧି ପାଇଛି । ଯାହା ଏକ ଚିନ୍ତାର ବିଷୟ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪, ୧୨୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨, ୯୪୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୪୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୭ ହଜାର ୦୩୧ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୪୬୯ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୨୧୬ ରହିଛି । ଅନ୍ୟପକ୍ଷରେ, ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରହିଛି ।
Covid-19 Report For 10th Jan
New Positive Cases: 7071
Of which 0-18 years: 707
In quarantine: 4128
Local contacts: 2943(Details of local contacts will be shared by concerned District)
1. Angul: 83
2. Balasore: 198
3. Bargarh: 85
4. Bhadrak: 54
5. Balangir: 190
6. Boudh: 20— I & PR Department, Odisha (@IPR_Odisha) January 11, 2022
New recoveries: 414
Cumulative tested: 26247991
Positive: 1082769
Recovered: 1047031
Active cases: 27216— I & PR Department, Odisha (@IPR_Odisha) January 11, 2022
Comments are closed.