୨୪ ଘଣ୍ଟାରେ ରାଜ୍ୟରେ ୩, ୦୮୬ କରୋନା ସଂକ୍ରମିତ ଏବଂ ୧୭ ମୃତ

ଭୁବନେଶ୍ୱର: ଫେବୃଆରୀ ୧ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯, ୨୮୬ ସ୍ୱାବ ଟେଷ୍ଟ ମଧ୍ୟରୁ ୩, ୦୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫୪ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି ।

ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୧,୭୯୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧, ୨୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୫୨ ହଜାର ୩୨୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୮ ହଜାର ୧୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୦୧ ହଜାର ୫୪୬ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୧୭ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୬୨୯ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।

ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୦୯୮ ରହିଛି ।

Comments are closed.