୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୫୦ କରୋନା ସଂକ୍ରମିତ ଏବଂ ୧୯ ମୃତ

ଭୁବନେଶ୍ୱର: ଫେବୃଅରୀ ୨ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ , ୦୪୦ ସ୍ୱାବ ଟେଷ୍ଟ ମଧ୍ୟରୁ ୩, ୪୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୩୬ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୨, ୦୧୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧, ୪୩୮ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୫୫ ହଜାର ୭୭୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୭ ହଜାର ୭୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୦୯ ହଜାର ୩୧୩ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୧୯ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୬୪୮ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୭୬୨ ରହିଛି ।

Comments are closed.