୨୪ ଘଣ୍ଟାରେ ରାଜ୍ୟରେ ୧,୫୭୨ କରୋନା ସଂକ୍ରମିତ ଏବଂ ୨୦ ମୃତ

ଭୁବନେଶ୍ୱର: ଫେବୃଆରୀ ୧୧ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮, ୨୩୯ ସ୍ୱାବ ଟେଷ୍ଟ ମଧ୍ୟରୁ ୧, ୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୦୯ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୬୫୪ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୭୪ ହଜାର ୫୭୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୩, ୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୫୧ ହଜାର ୪୩୧ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୨୦ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୮୩୮ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୨୫୩ ରହିଛି ।

Comments are closed.