୨୪ ଘଣ୍ଟାରେ ଦେଶରେ ୩୦,୫୭୦ କରୋନ ସଂକ୍ରମିତ ଏବଂ ୪୩୧ ମୃତ

ଦିଲ୍ଲୀ: ସେପ୍‌ଟେମ୍ବର ୧୬ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦,୫୭୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୮,୩୦୩ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର ଖବର । ସେହିପରି ସୁସ୍ଥତା ହାର ସର୍ବାଧିକ ୯୭.୬୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୫ ଲକ୍ଷ ୬୦ ହଜାର ୪୭୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୯୨୩ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୪୩୧ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ଲକ୍ଷ ୪୩ ହଜାର ୯୨୮ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ରହିଛି । ଦେଶରେ କରୋନା ଟୀକା ୭୬,୫୭ କୋଟିରୁ ଊର୍ଦ୍ଧ୍ୱ ନେଇସାରିଲେଣି ।

Comments are closed.