ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୪୭୮ ସଂକ୍ରମିତ

ଭୁବନେଶ୍ୱର: ଅକ୍‌ଟୋବର ୨ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୭ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୮୧ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୯୭ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୭ ହଜାର ୪୩୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୬୯୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୩୩୬ ରହିଛି ।

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୪୭୮ ସଂକ୍ରମିତ

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୪୭୮ ସଂକ୍ରମିତ

 

 

Comments are closed.