ପ୍ରତ୍ୟେକ ଓଡ଼ିଆଙ୍କୁ ଶୁଖୁଆ ଭଲ ଲାଗିଥାଏ । ଶୁଖୁଆକୁ ନେଇ ବିଭିନ୍ନ ବ୍ୟଞ୍ଜନ ମଧ୍ୟ ରହିଛି । ଆଜି ସେହିପରି ଶୁଖୁଆର ଏକ ନୂଆ ବ୍ୟଞ୍ଜନର ପ୍ରସ୍ତୁତି ବିଷୟରେ କହୁଛୁ । ଯାହା ଖୁବ କମ୍ ସମୟରେ ପ୍ରସ୍ତୁତ ହେବା ସହିତ ଖାଇବାକୁ ସ୍ୱାଦିଷ୍ଟ ଲାଗେ ।
ସାମଗ୍ରୀ:
ଶୁଖୁଆ, ଟମାଟୋ, ରସୁଣ, କଞ୍ଚା ଲଙ୍କା, ସୋରିଷ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ
ପ୍ର୍ରଣାଳୀ:
ପ୍ରଥମେ ୨ଟି ଟମାଟ ଓ କିଛି ଶୁଖୁଆକୁ ପୋଡ଼ି ନିଅନ୍ତୁ ।
ଏହାର ଟମାଟର ପୋଡ଼ା ଚୋପା ଚଢାଇ ଦିଅନ୍ତୁ ଓ ଶୁଖୁଆକୁ ସଫା କରିନିଅନ୍ତୁ । ଏହାପରେ ଆଉ ଏକ ପାତ୍ରରେ ପାଞ୍ଚଛଅ କୋଲା ରସୁଣ, ୨ଟି କଞ୍ଚା ଲଙ୍କା ,ଓ କିଛି ଲୁଣ ଚକଟନ୍ତୁ ।
ଏହାପରେ ଏଥିରେ ଟମାଟକୁ ଚକଟନ୍ତୁ । ରଖିଥିବା ଶୁଖୁଆକୁ ସେହି ମିଶ୍ରଣରେ ଚକଟନ୍ତୁ । ଏହାପରେ ଶେଷରେ କିଛି ସୋରିଷ ତେଲ ମିଶାଇ ପ୍ରସ୍ତୁତ କରନ୍ତୁ ଟମାଟ ପତୁରି ଶୁଖୁଆ ପୋଡ଼ା । ଏହାକୁ ଛୁଙ୍କ ମଧ୍ୟ ଦେଇପାରିବେ । ପଖାଳ ଭାତ ଓ ରୁଟି ସହିତ ଏହାକୁ ଖାଇପାରିବେ ।