କାଲି ବନ୍ଦ ରହିବ ଜଗା ଦର୍ଶନ

0

ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା ପରଠାରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆସନ୍ତାକାଲି, ୧୯.୩.୨୦୨୫ ରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ  । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ତେବେ ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବା ବେଳେ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହାପରେ ସ୍ବାଭାବିକ ଭାବେ ଦର୍ଶନ କରିପାରେ ସାଧାରଣ ଭକ୍ତ ।

Leave A Reply

Your email address will not be published.