ସେନା ଗୁଳିରେ ଆତଙ୍କବାଦୀ ଟପ କମାଣ୍ଡର ନିହତ

0

ନୂଆଦିଲ୍ଲୀ: ପହଲଗାମ ଅମାନୁଷିକ କାଣ୍ଡ ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତୀୟ ଯବାନ । ଜମ୍ମୁକାଶ୍ମୀର ବାନ୍ଦିପୁରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେନା ଗୁଳିରେ ଟଳିଲା ଲସ୍କରର ଟପ୍ କମାଣ୍ଡର ଅଲତାଫ୍ ଲଲ୍ଲୀ । ଏହି ଘଟଣାରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା । ଏହାପରେ ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏଥିରେ ଲସ୍କର ଆତଙ୍କୀ ଟପ୍ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁରେ ଏହା ଚତୁର୍ଥ ଏନକାଉଣ୍ଟର ।

ଅନ୍ୟପଟେ ଗୁରୁବାର ରାତିତମାମ ପାକ୍ ସେନା ପକ୍ଷରୁ ଲାଇନ ଅଫ କଣ୍ଟ୍ରୋଲରୁ ଫାୟାରିଂ ହୋଇଥିଲା । ପାକ୍ ସେନାକୁ ଜବାବ୍ ଦେଇଥିଲା ଭାରତୀୟ ସେନା । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ଶ୍ରୀନଗରେ ପହଞ୍ଚି ଆକ୍ରମଣସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ।

Leave A Reply

Your email address will not be published.