ମର୍ମନ୍ତୁଦ ସଡକ ଦୁର୍ଘଟଣା,କୁନି ପୁଅ ଆଗରେ ଚାଲିଗଲେ ବାପା,ମା’

0

ଯାଜପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା-ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛି କୁନି ପୁଅ । ଶନିବାର ଯାଜପୁରର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଜଣା ଗାଡି ଧକ୍କା ରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ମେଡିକାଲରେ ମୃତ୍ୟୁ ଘଟିଛି । ପୁଅକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ,ଆଜି ସକାଳେ ଗୋଟିଏ ପରିବାରର ବାପା-ମା’ ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ରଙ୍କ ସହିତ ଏକ ବାଇକ୍‌ରେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ହଠାତ ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁ ପୁତ୍ରକୁ ପାଣିକୋଇଲି ପୋଲିସ ହେପାଜତକୁ ନେଇ ଥାନାରେ ରଖିଛି । ଏହି ଘଟଣାରେ କୁଆଖିଆ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଫେରାର ଗାଡିକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି I

Har Ghar Tiranga
Leave A Reply

Your email address will not be published.