ଶୀତଦିନେ ତ୍ୱଚା ସହ ଚର୍ମର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ଏହି ଦିନେ ଖୁବ କମ ସମୟ ମଧ୍ୟରେ ତ୍ୱଚାର ନମନିୟତା କମିଯାଇଥାଏ । ତେଣୁ ଏହି ଦିନେ ସମସ୍ତେ ବଡିଲୋସନ ବ୍ୟବହାର କରନ୍ତି । ତେବେ ବଡିଲୋସନ ଲଗାଇବା ସମୟରେ କିଛିଟା ଛୋଟଛୋଟ ଟ୍ରିକ୍ ଆପଣାଇଲେ ଏହା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।
ସକାଳୁ ଶରୀରରେ ବଡି ଲୋସନ ଲଗାଇବା ଫଳରେ ଏହା ପୂରା ଦିନପାଇଁ ତ୍ୱଚାକୁ ପ୍ରସ୍ତୁତ କରିଥାଏ । ଦିନସାରା ତ୍ୱଚାରେ ନମନୀୟତା ରକ୍ଷା କରିବା ପାଇଁ ସକାଳୁ ବଡିଲୋସନ ଲଗାଇବା ସବୁଠାରୁ ସଠିକ୍ ସମୟ । ଦିନସାରା ଆମ ଶରୀର ପ୍ରଦୂଷଣ, ଖରା ଆଦି ସଂସ୍ପର୍ଶରେ ଆସିଥାଏ । ତେଣୁ ଏହା ପୂର୍ବରୁ ଶରୀରରେ ବଡିଲୋସନ ଲଗାଇବା ଲାଭ ଦାୟକ । ସେହିଭଳି ସକାଳ ବ୍ୟତିତ ଗାଧୋଇବା ପରେ, ହାତ ଧୋଇବା ପରେ ମଧ୍ୟ ବଡିଲୋସନ ଲଗାଇ ପାରିବେ ।
ସେପରି ଯଦି କେଉଁଆଡେ ଯାତ୍ରା କରୁଛନ୍ତି ତାହାଲେ ମନେକରି ବଡିଲୋସନ ଲଗାନ୍ତୁ । ସକାଳୁ ଉଠିବା ପରେ ଯେପରି ବଡିଲୋସନ ଲଗାଇବା ଆବଶ୍ୟକତା ରହିଛି, ସେହିପରି ଶୋଇବାକୁ ଯିବା ପୂର୍ବରୁ ମଧ୍ୟ ବଡି ଲୋସନ ଲଗାନ୍ତୁ । କାରଣ ରାତି ସମୟରେ ଆମ ତ୍ୱଚା କୁ ନମନିୟତାର ଆବଶ୍ୟକତା ଢେର ଅଧିକା ରହିଥାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)