ହାଭାର୍ଡ କ୍ଷମତାରେ ଟ୍ରମ୍ପ ପ୍ରଶାସନର ଅଙ୍କୁଶ

0

ୱାଶିଂଟନ : ହାଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ କଟକଣା । ଏଣିକି ବିଦେଶୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ଆଡମିସନ୍ ପାଇପାରିବେ ନାହିଁ । ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କ୍ଷମତାକୁ ବନ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କ୍ୟାମ୍ପସ ହିଂସା ଏବଂ ଇହୁଦୀ ବିରୋଧୀ ଅଭିଯୋଗ ପରେ ଆକ୍ସନ ନେଇଛି ଟ୍ରମ୍ପ ପ୍ରଶାସନ । ଗତ କାଲି ଟ୍ରମ୍ପ ପ୍ରଶାସନର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତି ଦ୍ବାରା ବର୍ତ୍ତମାନ ହାୱର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଏଥିରେ ଭାରତର ମଧ୍ୟ ୭୮୮ ଜଣ ଛାତ୍ର ସାମିଲ ଅଛନ୍ତି ।

ରିପୋର୍ଟ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପାଇଁ ହାୱର୍ଡ ବିଶ୍ୱବିଦ୍ୟାଳୟକୁ ୭୨ ଘଣ୍ଟା ମଧ୍ୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବିଷୟରେ ଆମେରିକୀୟ ସରକାରଙ୍କୁ ସୂଚନା ଦେବାକୁ ପଡିବ । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ସ୍ଥାନାନ୍ତର କରିବାକୁ ପଡିବ ନଚେତ ସେମାନେ ନିଜର ଆଇନଗତ ଭିସା ସ୍ଥିତି ହରାଇବେ।

ଏନେଇ ଆମେରିକା ଗୃହ ସୁରକ୍ଷା ବିଭାଗ ସଚିବ କ୍ରିଷ୍ଟି ନୋଏମ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି, ସରକାରୀ ଡିସର୍ଟିଫିକେସନ୍ ନିର୍ଦ୍ଦେଶର ଏକ ଫଟୋ ସେୟାର କରିଛନ୍ତି। ନୋଏମଙ୍କ ଅଭିଯୋଗ ଅନୁସାରେ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ “ହିଂସା, ଇହୁଦୀ-ବିରୋଧୀ ମନୋଭାବ ଏବଂ ଚୀନିୟ କମ୍ୟୁନିଷ୍ଟ ପାର୍ଟି ସହ ସମନ୍ୱୟ” କରୁଛି। ସେ ଏକ ବିବୃତିରେ କହିଛନ୍ତି, “ବିଦେଶୀ ଛାତ୍ରଙ୍କୁ ନାମଲେଖା କରିବା ଏକ ସୁବିଧା, ଅଧିକାର ନୁହେ। ହାର୍ଭାର୍ଡକୁ ଠିକ କାମ କରିବାର ଅନେକ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ତାହା କରିନାହିଁ।”

ଗତ କିଛି ଦିନ ଧରି ବିଦେଶୀ ଛାତ୍ରଛାତ୍ରୀମାନଙ୍କ ସହ ଜଡିତ ରେକର୍ଡକୁ ନେଇ ଆମେରିକା ସରକାର ଏବଂ ହାୱର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଗତ ମାସରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏକ କଡ଼ା ଚେତାବନୀ ଜାରି କରିଥିଲା ​​ଯେ ଯଦି ବିଶ୍ୱବିଦ୍ୟାଳୟ ଏପ୍ରିଲ ୩୦ ସୁଦ୍ଧା ବିଦେଶୀ ଛାତ୍ରଛାତ୍ରୀଙ୍କ ବେଆଇନ ଏବଂ ହିଂସାତ୍ମକ ମାମଲାର ରେକର୍ଡ ପ୍ରଦାନ ନ କରେ, ତେବେ ସେମାନଙ୍କର SEVP ଅର୍ଥାତ୍ ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର୍ ପ୍ରୋଗ୍ରାମ ସାଟିଫିକେସନ୍ ବାତିଲ କରାଯିବ ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କହିଛି ଯେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁ ହାର୍ଭାର୍ଡର ବିପୁଳ କ୍ଷତି ଘଟିବାର ସମ୍ଭାବନା ରହିଛି । ସରକାରଙ୍କ ପଦକ୍ଷେପ ବେଆଇନ । ୧୪୦ଟି ଦେଶର ଛାତ୍ର ଓ ଶିକ୍ଷାବିତ ଏଠାରେ ଅଧ୍ୟୟନ କରୁଛନ୍ତି । ତେଣୁ ହାର୍ଭାର୍ଡର ପ୍ରତିଷ୍ଠା ବଜାୟ ରଖିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.