ପୁଣ୍ୟ ମାସ କାର୍ତ୍ତିକ । ଏହି ମାସରେ ସ୍ନାନ ଦାନ ସହିତ ଧ୍ୟାନ ଜପର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ମନେ କରାଯାଏ ।
ମାନ୍ୟତା ରହିଛି ଏହି ମାସରେ ବିଧି ଅନୁସାରେ ପ୍ରତିଦିନ ତୁଳସୀଙ୍କ ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଏ । ପ୍ରତି ଘରେ ଏହି ବୃକ୍ଷ ରହିଛି ଓ ନିୟମିତ ଏହି ବୃକ୍ଷ ନିକଟରେ ପୂଜା ମଧ୍ୟ କରାଯାଏ । କିନ୍ତୁ କାର୍ତ୍ତିକ ମାସରେ ଏହି ବୃକ୍ଷର ମହତ୍ତ୍ୱ ବଢିଯାଏ । କାର୍ତ୍ତିକ ଅମାବାସ୍ୟାରେ ତୁଳସୀଙ୍କ ଜନ୍ମ ହୋଇଥିଲା । ଏହି କାରଣରୁ କାର୍ତ୍ତିକ ମାସ ତୁଳସୀଙ୍କୁ ସମର୍ପିତ ।
ତୁଳସୀ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ସ୍ୱରୂପ ଓ ଏହି ମାସରେ ସମସ୍ତ ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ । ଭଗବାନ ବିଷ୍ଣୁଙ୍କର ତୁଳସୀ ବହୁତ ପ୍ରିୟ । ଏହି କାରଣରୁ କାର୍ତ୍ତିକ ମାସରେ ଶାଳଗ୍ରାମ ରୂପରେ ଭଗବାନ ବିଷ୍ଣୁ ଓ ତୁଳସୀଙ୍କ ବିବାହ ସଂପନ୍ନ କରାଯାଏ । ଏହି ମାସରେ ବିଧିବଦ୍ଧ ଭାବରେ ତୁଳସୀଙ୍କ ପୂଜା କରିବା ଦ୍ୱାରା ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ମିଳିଥାଏ । ଏହାସହ ଅକାଳ ମୃତୁ୍ୟ ଭୟ ମଧ୍ୟ ଦୂର ହୋଇଥାଏ ।
ତୁଳସୀ ପୂଜା ବିଧି:
୧-କାର୍ତ୍ତିକ ମାସରେ ପ୍ରତିଦିନ ସକାଳୁ ଉଠି ସ୍ନାନ କରନ୍ତୁ । ଏହାପରେ ଶୁଦ୍ଧ ବସ୍ତ୍ର ପିନ୍ଧି ଏକ ଲୋଟାରେ ସ୍ୱଚ୍ଛ ଜଳ ଭରି ତୁଳସୀ ବୃକ୍ଷ ମୂଳରେ ଧୀରେ ଧୀରେ ଜଳ ଅର୍ପଣ କରନ୍ତୁ ।
୨-ମନେ ରଖନ୍ତୁ ପ୍ରଥମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ଏହା ପରେ ତୁଳସୀଙ୍କୁ ଅର୍ପଣ କରନ୍ତୁ ।
୩- ତୁଳସୀ ଲଗାଇଥିବା କୁଣ୍ଡିଆରେ କିମ୍ବା ଚଉରାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ । ଆପଣ ଚାହିଁଲେ ତୁଳସୀ ଚଉରା ମୂଳରେ ମୁରୂଜ ପକାଇ ପାରିବେ ।
୪-ତୁଳସୀ ବୃକ୍ଷରେ ଫୁଲ, ସିନ୍ଦୁର, ଅରୁଆ ଚାଉଳ, ଓଢଣୀ ଆଦି ଚଢାନ୍ତୁ । ତୁଳସୀଙ୍କୁ ସର୍ବଦା ସବୁଜ ରଙ୍ଗର ଚୁଡି ଓ ସବୁଜ ରଙ୍ଗର ଓଢଣୀ ଅର୍ପଣ କରନ୍ତୁ । କାରଣ ତୁଳସୀ ବୁଧ ଗ୍ରହର ପ୍ରତିନିଧିତ୍ୱ କରିଥାନ୍ତି ।
୫-ନିୟମିତ ତୁଳସୀ ଚଉରା ପରିକ୍ରମା କରିବାର ବିଧି ରହିଛି । କିନ୍ତୁ ଯଦି ଆପଣ ପ୍ରତିଦିନ ଏପରି କରିପାରୁ ନାହାନ୍ତି ତେବେ କେବଳ କାର୍ତ୍ତିକ ମାସରେ ପ୍ରତିଦିନ ୩ ଥର ନିଶ୍ଚୟ ତୁଳସୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ ।
୬- ସନ୍ଧ୍ୟାରେ ଘିଅର ଦୀପ ଓ ଧୂପ ଲଗାଇ(ଶ୍ରୀଂ ହିଂ କ୍ଲିଂ ଏଂ ବୃନ୍ଦାବନ୍ୟେ ସ୍ୱାହା) ଏହି ମନ୍ତ୍ର ଜପ କରନ୍ତୁ ଓ ବିଧିବଦ୍ଧ ଭାବରେ ଆରତୀ କରନ୍ତୁ ।
୭-ରବିବାର ଦିନ ତୁଳସୀ ବୃକ୍ଷ ଛୁଅନ୍ତୁ ନାହିଁ । ଏହିଦିନ ତୁଳସୀ ଛୁଇଁବା ଦ୍ୱାରା ଦୋଷ ଲାଗିଥାଏ ।
Comments are closed.