ମୁମ୍ବାଇ : ଜିମରେ ଯାଇଛି ଆଉ ଜଣେ ଅଭିନେତାଙ୍କ ଜୀବନ । ଜିମ୍ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ଲୋକପ୍ରିୟ ଟିଭି ଷ୍ଟାର୍ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଏନେଇ ଟେଲି ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ଜିମ୍ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ସିଦ୍ଧାନ୍ତ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ତାଙ୍କର ୨ ଟି ସନ୍ତାନ ଓ ପନିୀଙ୍କ ସହ ସେ ମୁମ୍ବାଇରେ ରହୁଥିଲେ । ସିଦ୍ଧାନ୍ତଙ୍କର ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।
ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ ସିଦ୍ଧାନ୍ତ । ପରେ ସେ ନାମ ପରିବର୍ତ୍ତନ କରିଥିଲେ । ଲୋକପ୍ରିୟ ଟିଭି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା, କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି , କୁସୁମ , କସୌଟି ଜିନ୍ଦେଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଭଳି ଶୋରେ ସେ କାମ କରି ଲୋକଙ୍କ ହୃଦୟ ଜିଣିଥିଲେ ।
ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଛନ୍ତି । ତାଙ୍କ ପୂର୍ବରୁ ସିଦ୍ଧାନ୍ତ ମିଡିଆ କର୍ମଚାରୀ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ । ତାଙ୍କ ପ୍ରଥମ ପନିୀଙ୍କର ଏକ ଝିଅ ଥିବାବେଳେ, ପନିୀ ଆଲେସିଆଙ୍କର ପାଖରୁ ପୁଅଟିଏ ଅଛି । ଟେଲିଭିଜନ୍ ଜଗତରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଚେହେରା ଥିଲେ ।
Comments are closed.