ସିଙ୍ଗାପୁର: ମଇ ୧୨: କାଶ୍ମୀର ଫାଇଲ୍ସକୁ ନେଇ ପୁଣି ବଢିଲା ବିବାଦ । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଓ ଫିଲ୍ମ ନିର୍ଦ୍ଦେଶକ ଆଗ୍ନିହୋତ୍ରୀଙ୍କ ମଧ୍ୟରେ ଜୋର ଘରିଲା ଟ୍ୱିଟର୍ ୱାର୍ । ଶଶି ଥରୁର କହିଛନ୍ତି ଯେ, ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କୁ ଏଥିରେ ଯୋଡ଼ିବା ଅନାବଶ୍ୟକ । ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି । କାରଣ ଫିଲ୍ମଟି ଏକ ପାଖିଆ ଦେଖାଯାଇଛି । ତେବେ ଥରୁରଙ୍କ ଏପରି ବୟାନ ଆରମ୍ଭ କରିଛି ଟ୍ୱିଟର୍ ଫାଇଟ୍ । ତେବେ ଥରୁରଙ୍କ ଏହି ଟ୍ୱିଟର କଡ଼ା ଜବାବ ରଖିଥିଲେ ଫିଲ୍ମ ନିର୍ଦ୍ଦେଶକ ବିବେକ୍ ଅଗ୍ନିହୋତ୍ରୀ । ସେ କହିଥିଲେ ସିଙ୍ଗାପୁରରେ ବିଶ୍ୱର ସବୁଠୁ ଅଧିକ ପ୍ରତିଗାମୀ ସେନ୍ସର ବା କଡ଼ା ସେନ୍ସର ରହିଛି । କେବଳ କାଶ୍ମୀର ଫାଇଲ୍ସ ନୁହେଁ ପୂର୍ବରୁ ଅନେକ ଫିଲ୍ମ ଉପରେ ଏଠାରେ ପ୍ରତିବନ୍ଧକ ଲାଗିଛି । ତେଣୁ ଦୟାକରି କାଶ୍ମୀର ପଣ୍ଡିତଙ୍କ ନର ସଂହାରକୁ ନେଇ ପରିହାସ କରିବା ବନ୍ଦ କର;ୁ । ଏହି ଟ୍ୱିଟ୍ ପରେ ବିବେକ ଅଗ୍ନିହୋତ୍ରୀ ସିଙ୍ଗାପୁର ଦ୍ୱାରା ବ୍ୟାନ୍ କରାଯାଇଥିବା ୪୮ଟି ଲୋକପ୍ରିୟ ଫିଲ୍ମର ତାଲିକା ଶେୟାର କରିଥିଲେ । ସେ ଶେୟାର କରିଥିବା କିଛି ଫିଲ୍ମକୁ ଆଇଏମïିବିରେ ୮ପଏଣ୍ଟ ରେଟିଂ ମଧ୍ୟ ମିଳିଛି । ଏଥିସହ ବିବେକ ଶଶି ଥରୁରଙ୍କୁ ତାଙ୍କ ଦିବଙ୍ଗତ ପତ୍ନୀ ସୁନନ୍ଦା ପୁଷ୍କରଙ୍କ କଥା ମନେ ପକାଇଥିଲେ । ଆଉ କହିଥିଲେ, କଣ ଏହା ସତ ଯେ ସୁନନ୍ଦା ପୁଷ୍କର କଶ୍ମୀରୀ ହିନ୍ଦୁ ଥିଲେ ? ଆଟାକ୍ ହୋଇଥିବା ସ୍କ୍ରିନ୍ସଟ୍ ସତ କି ? ଯଦି ସତ୍ୟ ତେବେ ହିନ୍ଦୁ ରୀତିନୀତି ଅନୁସାରେ, କୌଣସି ମୃତକଙ୍କୁ ସମ୍ମାନ ଦେବାକୁ ଯାଇ ଆପଣଙ୍କୁ ଆପଣଙ୍କ ଟ୍ୱିଟ୍ ଡିଲିଟ୍ କରିଦେବା ଉଚିତ ଏବଂ ତାଙ୍କ ଆତ୍ମାକୁ କ୍ଷମା ମାଗିବା ଉଚିତ । ତେବେ ଟ୍ୱିଟରେ ବିବେକ ଯେଉଁ ସ୍କ୍ରିନ୍ଶଟ୍ ଆଟାଚ୍କରିଛନ୍ତି ତାହା ସୁନନ୍ଦା ପୁଷ୍କରଙ୍କ ପୁରୁଣା ଟ୍ୱିଟ୍ ଥିଲା, ଯେଉଁଥିରେ ସେ ଜଣେ କଶ୍ମୀର ବାସିନ୍ଦା ହୋଇଥିବା କହିଥିଲେ । ତେବେ ବିବେକଙ୍କ ଏହି ଟ୍ୱିଟକୁ ନେଇ କଂଗ୍ରେସ ନେତା ଶଶି ଥରୁର ଅଧିକ ପ୍ରତିକ୍ରିୟାଶିଳ ହୋଇଥିଲେ । ସ ଲେଖିଥିଲେ ଯେ, ତାଙ୍କ ଦିବଙ୍ଗତ ପତ୍ନୀଙ୍କୁ ଏଥିରେ ଯୋଡ଼ିବାର କିଛି ଆବଶ୍ୟକ ନାହିଁ । ଏହା ତାଙ୍କୁ ଅବମାନନା ହେବ । ଫିଲ୍ମ ଦ କଶ୍ମୀର ଫାଇଲ୍ସ ଚଳିତ ବର୍ଷର ଐତିହାସିକ ଫିଲ୍ମ ମଧ୍ୟରୁ ଗୋଟିଏ । ତେବେ ଏହି ଫିଲ୍ମକୁ ନେଇ ଜାରି ରହିଛି ରାଜନୀତି । ଯେବେଠୁ ଏହି ଫିଲ୍ମ ରିଲିଜ ହୋଇଛି ସେବେଠାରଚର୍ଚ୍ଚାରେ ରହିଛି । ତେବେ ଏହାକୁ ନେଇ ଏତେ ଭାବପ୍ରବଣ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଥରୁର୍ ।
Comments are closed.