ବ୍ରହ୍ମପୁର : ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଗିରଫ । ବିଜେଡି ନେତାଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ । ରଣ୍ଢା ସରପଞ୍ଚ ଅଜିତ୍ ରାଉଳ ଓ ସହଯୋଗୀ ସୁବାଶିଷ ସାହୁ ଗିରଫ ହୋଇଛନ୍ତି ।
ସୂଚନାନୁସାରେ,ପୂର୍ବ ଶତ୍ରୁତାକୁ ନେଇ ଗତ ୭ ତାରିଖରେ ଗୋଳନ୍ଥରାରେ ୫ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ୪ ଜଣ ଯୁବକ ବାଇକରେ ଆସି ଗୋଡ଼ାଇ ଗୋଡ଼ାଇ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ବିଜେପି କର୍ମୀଙ୍କ ସମେତ ଦୁଇ ବ୍ୟବସାୟୀ ଆହତ ହୋଇଥିଲେ । ପୁଲିସ୍ ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଅଭିଯୋଗକୁ ଭିତ୍ତି କରି ଦୁଇ ସ୍ଥାନୀୟ ବିଜେଡି ନେତାଙ୍କୁ ଗୋଳନ୍ଥରା ଥାନା ରେ ଅଟକ ରଖି ପୁଲିସ୍ ପଚରାଉଚରା ଜାରି ରଖିଥିଲା। ବର୍ତ୍ତମାନ ଘଟଣାରେ ସମ୍ପୃକ୍ତି ନେଇ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ଏମାନେ ପୂର୍ବରୁ ମଧ୍ୟ ଜେଲ ଯାଇଥିବା ସୂଚନା ମିଳିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)