ମୁମ୍ବାଇ: ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀରେ ଜାରି ରହିଛି ବିବାଦ । ଏହାରି ଭିତରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଚିଠିରେ ଉଦ୍ଧବ ୧୨ଟି ପଏଣ୍ଟରେ ନିଜ ଅଭିଯୋଗ ରଖିଛନ୍ତି । ଏଥିସହ ସେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି । ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିର୍ବାଚନ ଆୟୋଗ ଉଦ୍ଧବଙ୍କ ଦଳକୁ ନିର୍ବାଚନ ପ୍ରତୀକ ଭାବେ ‘ଜଳୁଥିବା ମଶାଲ’ ଚିହ୍ନ ପ୍ରଦାନ କରିଥିଲେ ।
ଏହା ବ୍ୟତୀତ ତାଙ୍କ ଦଳର ନାମ ‘ଶିବସେନା- ଉଦ୍ଧବ ବାଲାସାହେବ ଠାକରେ’ ଦିଆଯାଇଥିଲା । ଏକନାଥ ସିନ୍ଦେଙ୍କ ଦଳକୁ ନିର୍ବାଚନ ପ୍ରତୀକ ଭାବେ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ବଣ୍ଟନ କରିଥିଲେ ଇସି । ଏଥିସହ ଦଳର ନାଁ ‘ବାଲାସାହେବା ଶିବସେନା’ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଉଦ୍ଧବଙ୍କ ଦଳ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ ହୋଇଛି ଯେ ସିନ୍ଦେ ଗୋଷ୍ଠୀ ତା’ର ତାଲିକା ଦାଖଲ କରିବା ପୂର୍ବରୁ ନିର୍ବାଚନ ଆୟୋଗ େୱବସାଇଟରେ ଠାକରେଙ୍କ ଦଳର ନାମ ଏବଂ ପ୍ରତୀକକୁ ଅପଲୋଡ୍ କରିଦେଇଥିଲେ । ଯଦ୍ୱାରା ସିନ୍ଦେ ଗୋଷ୍ଠୀ ଏହାକୁ କପି କରି ନିଜର ପ୍ରତୀକ ବାବଦରେ ଆୟୋଗଙ୍କୁ ଜଣାଇଥିଲା । ଆଶ୍ଚର୍ଯ୍ୟର କଥା ଯେ ଶିବସେନା- ଉଦ୍ଧବ ବାଲାସାହେବ ଠାକରେ ଦଳକୁ ପ୍ରତୀକ ଚିହ୍ନ ଦିଆଯିବା ପରେ ଏହାକୁ େୱବସାଇଟରୁ ହଟାଇ ଦିଆଯାଇଥିବା ଉଦ୍ଧବ ଗୋଷ୍ଠୀ ଅଭିଯୋଗ କରିଛି ।
Comments are closed.