କିଭ : ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ ଫଳରେ ରକ୍ତାକ୍ତ ହୋଇପଡ଼ିଥିଲା ଅସହାୟ ୟୁକ୍ରେନ । ହା ହା ଚିତ୍କାରରେ କମ୍ପୁଥିଲା ପରିବେଶ, ବାରମ୍ବାର ଗୁଳିକାଣ୍ଡ ଆକ୍ରମଣରେ ୟୁକ୍ରେନ ଅଣନିଶ୍ୱାସୀ ହୋଇପଡ଼ିଥିଲା । ରୁଷକୁ ହରାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଥାଏ ୟୁକ୍ରେନ । ହେଲେ ଏହାରି ଭିତରେ ବିନା ଦୋଷରେ ଟଳି ପଡ଼ିଥିଲେ ଅସହାୟ ୟୁକ୍ରେନବାସୀ । ପାଖାପାଖି ୭ମାସ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଖାରକିଭ କ୍ଷେତ୍ରରେ ପୂର୍ବ ସପ୍ତାହରେ ୟୁକ୍ରେନ ସୈନିକମାନେ ରୁଷକୁ କଡ଼ା ଟMର ଦେଇଛନ୍ତ । ରୁଷ ଆକ୍ରମଣରେ ପାଲଟା ଜବାବ ରଖିଛି ୟୁକ୍ରେନ ।
ୟୁକ୍ରେନ ସୈନିକଙ୍କ ସୂଚନା ଅନୁସାରେ ୟୁକ୍ରେନ ସୈନିକମାନେ ଖାରକିଭରେ ରୁଷ ସୈନିକଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଦେଇଥିଲେ । ଏବଂ ରୁଷ ସୈନିକଙ୍କ ସଂଖ୍ୟା କମାଇ ଦେଇଛନ୍ତି । ରୁଷର ଜଣେ ଉଚ୍ଚ ଅଧିକାରୀ ମଧ୍ୟ ଏହି ବିଷୟରେ ସୂଚନା ଦେଇଛନ୍ତି । ୟୁକ୍ରେନର ସେନା ଉତରରେ ଗାଁ ଗୁଡ଼ିକୁ ଘେରି ଦେଇଥିବା ସହ ରୁଷ ସୀମାକୁ ଭାଙ୍ଗି ଦେଇଛନ୍ତି ବୋଲି ରୁଷର ଜଣେ ଅଧିକାରୀ ବିଟାଲି ଗାଂଚେବ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ୟୁକ୍ରେନର ସୂଚନା ଅନୁସାରେ ଏହି ୬ ମାସର ଯୁଦ୍ଧରେ ସମ୍ଭାବିତ ସଫଳତାରେ ୩ ହଜାର ବର୍ଗ କିଲୋମିଟର କ୍ଷେତ୍ର ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି ।
ତେବେ ୟୁକ୍ରେନ ଉପରେ ଆକ୍ରମଣ କରି ଅକ୍ତିଆରକୁ ନେଇଥିବା ବହୁ ଅଂଚଳ ମଧ୍ୟରୁ ୨୦ ଟି ଗାଁକୁ ଫେରାଇ ଆଣିଛି ୟୁକ୍ରେନ । ରୁଷ ଉପରେ ପାଲଟା ଜବାବ ଦେଇ ନିଜ ଅଂଚଳକୁ ୟୁକ୍ରେନ ଫେରାଇ ଆଣିଥିବାବେଳେ ପୁଣି ସେହି ଅଂଚଳ ଉପରେ ରୁଷର ସୈନିକମାନେ ଆକ୍ରମଣ କରିଥିବା ରୁଷ ସେନା ସୂଚନା ଦେବା ପରେ ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇ ପଡ଼ିଛି । ଇଜିୟମ ଏବଂ କୃପିୟାଂସ୍କର ଅଂଚଳ ମଧ୍ୟ ରୁଷ ସେନାର ଟାର୍ଗେଟରେ ଥିଲା । ଯାହାକୁ ୟୁକ୍ରେନ ନିଜ ଅକ୍ତିଆର କରିନେଇଯାଇଥିଲା । ରୁଷ ଏହି ଦୁଇ ଅଂଚଳରୁ ନିଜ ସୈନିକକୁ ପଛକୁ ହଟାଇଥିବା ସୂଚନା ଦେଇଛନ୍ତି ।
ରୁଷର ପାଲଟା ଜବାବ ଦେବାକୁ ନିଜକୁ ବାରମ୍ବାର ପ୍ରସ୍ତୁତ କରୁଛି ୟୁକ୍ରେନ । ଆଉ ଏହାରି ମଧ୍ୟରେ ହରାଇଥିବା ନିଜ ଅଂଚଳର କିଛି ଅଂଶ ସଂଘର୍ଷ କରି ଫେରାଇ ଆଣିବା ଏକ ପ୍ରକାର ସଫଳତା ବୋଲି କୁହାଯାଇପାରେ । ତେବେ ନିଜର ସ୍ଥିତିକୁ କେତେ ମାତ୍ରାରେ ବଂଚାଇବାରେ ସକ୍ଷମ ହେଉଛି ? ରୁଷ କି କିପରି କଡା ଟMର ଦେଉଛି ୟୁକ୍ରେନ ତାହା ଆଗକୁ ଜଣାପଡ଼ିବ ।
Comments are closed.