ଜମ୍ମରେ ଭୁସୁଡିଲା ନିର୍ମାଣଧିନ ଶୁଡଙ୍ଗ

ଜମ୍ମୁ-ଶ୍ରୀନଗରରେ ପୁଣି ଅଘଟଣ । ସ୍ଥାନୀୟ ଖୁନି ନାଲାରେ ର୍ନିମାଣାଧିନ ଟନେଲ୍‌ ଭୁସୁଡ଼ି ପଡ଼ିଛି । ସେଠି କାମ କରୁଥିବା ୧୦ ଜଣ ଶ୍ରମିକ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଗତକାଲି ରାତିରୁ ରେସ୍କ୍ୟୁ ଅପରେସନ୍‌ ଚାଲିଛି । ଗତକାଲି କାମ ଚାଲିଥିବା ବେଳେ ହଠାତ ଏହା ଧସି ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି । ର୍ନିମାଣଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ନିୟମିତ ଭାବେ ଜିଲ୍ଲାପାଳ ମୁସରତ ଇସଲାମଙ୍କ ସହ ଯୋଗାଯୋଗରେ ରହିଛନ୍ତି ମନ୍ତ୍ରୀ । ତେବେ ରେସ୍କ୍ୟୁ ଅପରେସନ ପାଇଁ ସେଠାକାର ଯାଜାୟତ ପଥକୁ ବନ୍ଦ କରିଦିଆଯାଇଛି ।

Comments are closed.