ଅଜଣା ଜ;ୁ ଆତଙ୍କ, ବିଳମ୍ବିିତ ରାତିରେ ୧୫ ଜଣଙ୍କୁ କଲା ରାକ୍ତାକ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜ;ୁ ଉତ୍ପାତ କରୁଛି । ଶନିବାର ବିଳମ୍ବିିତ ରାତିରେ ଲୋକମାନଙ୍କ ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡ଼ି କଲା ରକ୍ତାକ୍ତ । ଏହି ଅଜଣା ବନ୍ୟଜ;ୁ ସଲଙ୍ଗାବୁଡ଼ରେ ପ୍ରାୟ ୧୫ ଜଣଙ୍କୁ କାମୁଡ଼ି ଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ଖବର ପାଇ ବନ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜ;ୁଟିକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ଗାଁ ଲୋକମାନେ ମଧ୍ୟ ଦିନରାତି ବାଡ଼ି ଧରି ଜଗି ରହୁଛନ୍ତି । ସନ୍ଧ୍ୟା ହେଲେ ଘର କବାଟ ବନ୍ଦ କରାଯାଉଛି । ଗାଁରେ ଏବେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅଜଣା ଜ;ୁଟି ବନବିଭାଗର ଜଣେ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଜ;ୁଟି କୌଣସି ସ୍ଥାନରେ ଲୁଚି ରହି ଆକ୍ରମଣ କରିଥିବାରୁ ଗାଁ ଲୋକେ ସାରା ରାତି ଚେଇଁ ରହିଥିଲେ । ତେବେ ଜ;ୁଟି କଣ ଜଣାପଡ଼ି ନଥିବାବେଳେ କେହିକେହି ପାଗଳ ବିଲୁଆ ବୋଲି କହିଛନ୍ତି । ଜ;ୁଟିକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଳାଇଛି ।

Har Ghar Tiranga