ବିଶ୍ୱର ସମସ୍ତ ଦେଶର ଯୁବପିଢି ଭାଲେଣ୍ଟାଇନ ଡେ ତଥା ପ୍ରେମର ଦିନଟିକୁ ଅତି ଉତ୍ସାହର ସହ ପାଳନ କରିଥାନ୍ତି । ଅଧିକାଂଶ ଦେଶ ଧୁମଧାମ ଏବଂ ଭିନ୍ନ ପରମ୍ପରା ସହ ଏହି ଦିନକୁ ସେଲିବ୍ରେଟ କରନ୍ତି । କିଛି ଦେଶରେ ଏହି ଦିନ ବିବାହ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ସେପଟେ କିଛି ଏପରି ମୁସଲିମ ଦେଶ ଅଛନ୍ତି, ଯେଉଁଠାରେ ଆଜି ବି ଭାଲେଣ୍ଟାଇନ ଡେ ପାଳନ କରିବା ଉପରେ ପ୍ରତିବନ୍ଧକ ଲାଗିଛି । ସାଉଦି ଆରବ ମଧ୍ୟ ଏପରି ଦେଶ ତାଲିକାରେ ସାମିଲ ଥିଲା । ହେଲେ ୨୦୧୮ରେ ଦେଶର ପ୍ରମୁଖ ଧାର୍ମିକ ବିଦ୍ୱାନ ଶେଖ୍ ଅହମଦ କାସିମ ଅଲଗାମଦି କାରଣରୁ ପ୍ରଥମ ଥର ପାଇଁ ପ୍ରେମ ଦିବସ ପାଳନ କରାଗଲା । ସେହିପରି ଦୁନିଆର ଭିନ୍ନ ଭିନ୍ନ ଦେଶରେ ଭାଲେଣ୍ଟାଇନ ଡେ ସହିତ ଜଡ଼ିତ ରହିଛି ନିଆରା ପରମ୍ପରା ।
ଇଂଲଣ୍ଡ:
ଏଠାରେ ଭାଲେଣ୍ଟାଇନ ଡେର ସନ୍ଧ୍ୟାରେ ଯୁବତୀମାନେ ନିଜ ତକିଆ ତଳେ ୫ଟି ତେଜପତ୍ର ରଖି ଶୁଅନ୍ତି । ଗୋଟେ ଗୋଟେ ତେଜପତ୍ରକୁ ତକିଆର ଚାରିକୋଣେ ଏବଂ ବାକିକୁ ମଝିରେ ରଖିବାର ପ୍ରଚଳନ ରହିଛି । ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ଯୁବତୀଙ୍କ ସ୍ୱପ୍ନରେ ଭାବିସ୍ୱାମୀ ଦେଖାଦିଅନ୍ତି ।
ଫ୍ରାନ୍ସ:
କୁହାଯାଏ ଯେ ପ୍ରଥମ ଥର ଭାଲେଣ୍ଟାଇନ ଡେ’ର କାର୍ଡ ଫ୍ରାନ୍ସରେ ପ୍ରସ୍ତୁତ କରାଯାଇଥିଲା । ୧୪୧୫ରେ ଚାଲର୍ସ, ଡୁ୍ୟକ୍ ଅଫ୍ ଆଲିନ୍ସ ଜେଲ୍ରେ ନିଜ ପତ୍ନୀଙ୍କୁ ପ୍ରେମପତ୍ର ପଠାଇଥିଲେ । ଫ୍ରାନ୍ସରେ ସେଣ୍ଟ୍ ଭାଲେଣ୍ଟାଇନର ଗାଁ ମଧ୍ୟ ରହିଛି । ଏହା ‘ଭିଲେଜ୍ ଅଫ୍ ଲଭ୍’ ନାମରେ ଲୋକପ୍ରିୟ ।
ଡେନମାର୍କ:
ଏହି ଦେଶରେ ପ୍ରେମିକ ନିଜ ପ୍ରେମିକାକୁ ଭାଲେଣ୍ଟାଇନ ଡେ ଅବସରରେ ଗୋଲାଫ ଫୁଲ ବଦଳରେ ସ୍ନୋଡ୍ରପ୍ ଫୁଲ ଉପହାର ଦେଇଥାଏ । ଏଥିସହ ପୁରୁଷମାନେ ପରିଚୟ ନଦେଇ ମହିଳାଙ୍କୁ କାର୍ଡ ପଠେଇହାର ପରମ୍ପରା ରହିଛି । ଏହାପରେ ମହିଳାଙ୍କୁ ପଠାଇଥିବା ପୁରୁଷଙ୍କ ନାମ ଅନୁମାନ କରିଥାନ୍ତି ।
ବ୍ରାଜିଲ:
ଏଠାରେ ୧୪ ଫେବୃଆରୀ ପରିବର୍ତ୍ତେ ୧୨ ଜୁନକୁ ଭାଲେଣ୍ଟାଇନ ଡେ ପାଳନ କରାଯାଏ । ଏଥିସହ ଏହି ଦିନକୁ ଡିୟୋ ଡୋସ୍ ନମୋରାଡୋସ ନାମରେ ସେଲିବ୍ରେଟ କରାଯାଏ । ଏହି ଦିନ କପଲ ପରସ୍ପରକୁ ଗିଫଫ ଦିଅନ୍ତି ।
ଇଟାଲୀ:
ଭାଲେଣ୍ଟାଇନ ଡେ’କୁ ଏଠାରେ ସ୍ପ୍ରିଙ୍ଗ୍ ଫେଷ୍ଟିଭାଲ ରୂପରେ ପାଳନ କରାଯାଏ । ଲୋକଙ୍କ ବିଶ୍ୱାସ ରହିଛି ଯେ, ସେଦିନ ଅବିବାହିତ ଯୁବତୀ ଯେଉଁ ପୁରୁଷଙ୍କୁ ସକାଳେ ପ୍ରଥମେ ଦେଖନ୍ତି, ସେ ହିଁ ତାଙ୍କର ସ୍ୱାମୀ ହେବେ ।
ଜାପାନ:
ଏଠାରେ ଭାଲେଣ୍ଟାଇନ ନୁହେଁ ଥ୍ୟାଙ୍କସ୍ ଗିଭିଂ ଡେ ପାଳନ କରାଯାଏ । ଏହି ଦିନ ମହିଳାମାନେ ନିଜ ବାପା, ଭାଇ, ସ୍ୱାମୀ, ସାଙ୍ଗ ଏବଂ ପ୍ରେମିକଙ୍କୁ ଥ୍ୟାଙ୍କସ କହିବା ପାଇଁ ଚକୋଲେଟ୍ ଦିଅନ୍ତୁ । ପୁରୁଷଙ୍କ ପାଖରେ ପ୍ରତିବଦଳରେ ଗିଫc ଦେବା ପାଇଁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରହିଥାଏ, ଯାହାକୁ ୱାଇଟ୍ ଡେ କୁହାଯାଏ ।
ଥାଇଲ୍ୟାଣ୍ଡ:
ଏଠାରେ ଏହି ଦିନ ହାତୀ ଉପରେ ବସି ବିବାହ କରିବାର ପରମ୍ପରା ରହିଛି । ଏହି ନିଆରା ରୀତିନୀତିକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି । ଏହାରି ମଧ୍ୟରେ ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ହାତୀ ଉପରେ ବସି ସମସ୍ତ ଯୋଡ଼ାଙ୍କ ବିବାହ ପ୍ରମାଣପତ୍ରରେ ସାଇନ କରିଥାନ୍ତି ।
େୱଲସ୍:
୨୫ ଜାନୁଆରୀକୁ ଏଠାରେ ଭାଲେଣ୍ଟାଇନ ଡେ ସେଲିବ୍ରେଟ କରାଯାଏ । ଏହି ଦିନ କପଲ ପରସ୍ପରକୁ ଚାମଚ ଗିଫଫ କରି ନିଆରା ପରମ୍ପରାକୁ ପାଳନ କରିଥାନ୍ତି ।
ଇରାନ:
୨୦୧୧ରୁ ଏଠାରେ ଭାଲେଣ୍ଟାଇନ ଡେ ଗିଫଫ ଏବଂ କାର୍ଡ ଉପରେ ବ୍ୟାନ ଲଗାଯାଇଛି । ଏହି ଦିବସ ପରିବର୍ତ୍ତେ ମେହରଗନ ପର୍ବ ପାଳନ କରାଯାଏ । ମେହରର ଅର୍ଥ ବନ୍ଧୁତ୍ୱ, ପ୍ରେମ ଏବଂ ସ୍ନେହ ହୋଇଥାଏ ।
Comments are closed.