ମାଲକାନଗିରି: ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହକ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ ।
ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁ ହେଉଥିବା ଜଣାପଡ଼ିଛି । ୧୦ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି । ଏବେ ବି ଗାଁରେ ପାଖାପାଖି ୧୦ ଜଣ ଆକ୍ରାନ୍ତ ରହିଛନ୍ତି ।
ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୪ଜଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ୱାସ୍ଥ୍ୟବିଭାଗ । ତେବେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଏବଂ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି । ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗ୍ରାମବାସୀ ।
ଟକଲିଗୁଡ଼ା, ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁ ଲୋକ । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଗୋଡ଼ ଫୁଲି ଯାଉଛ । ପରେ ଜ୍ୱର ଆସୁଛି । ଆଉ ତା’ର ତିନିରୁ ଚାରି ଦିନ ଭିତରେ ଉଡି ଯାଉଛି ପ୍ରାଣବାୟୁ । ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁରୁବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି ।
ଅଜଣା ରୋଗରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ୁଥିବା ବେଳେ ହଳଦୀକୁଣ୍ଡ ଲୋକେ ଚିକିତ୍ସାଳୟକୁ ଯାଉନାହାନ୍ତି । ସେମାନେ ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଗାଁର କୌଣସି ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଲେ ସଙ୍ଗେ ସଙ୍ଗେ ଦିଶାରୀଙ୍କ ପାଖକୁ ଧାଇଁ ଯାଉଛନ୍ତି । ଦିଶାରୀ ରୋଗୀଙ୍କୁ ଦେଖି ଝଡାଫୁଙ୍କାରେ ଲାଗି ପଡ଼ୁଛି । ଆଉ ଜଣେ ପୋଖତ ଚିକିତ୍ସକ ପରି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି ।
ଅଜଣା ରୋଗରେ ଜୀବନ ଯାଉଥିବା ଖବର ପାଇ ଡାକ୍ତରୀ ଟିମ୍ ହଳଦୀକୁଣ୍ଡ ଗାଁରେ ପହଞ୍ଚିଛି । କିଛି ରୋଗୀଙ୍କ ଚିକିତ୍ସ ଆରମ୍ଭ କରିଛିଛ କି;ୁ ଡାକ୍ତରୀ ଟିମକୁ କେତେକ ଗାଁ ଲୋକ ଘର ଭିତରେ ପଶିବାକୁ ଦେଉନାହାନ୍ତି । ଏପରିକି ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଚିକିତ୍ସା କଲେ ମୃତ୍ୟୁ ହେଉଥିବା ସନ୍ଦେହ କରି ରୋଗୀମାନ ଚିକିତ୍ସାଳୟ ଆସୁନଥିବା ଆଲୋଚନା ହେଉଛି ।
ବିରୋଧ ସେ‰ ଡାକ୍ତରୀ ଟିମ୍ ଗାଁର କେତେକ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛି । ଗାଁ ଲୋକଙ୍କୁ ସଚେତନତା କରାଉଛନ୍ତି । ମେଡିକାଲ୍ ଟିମ ଚିକିତ୍ସାରେ କ ୍ୱାକ୍(ନକଲି ଡାକ୍ତର) ବ୍ୟାଘାତ ସୃଷ୍ଟି କରୁଛନ୍ତି । ଏନେଇ ମେଡ଼ିକାଲ୍ ଟିମ୍ ପକ୍ଷରୁ ମାଥିଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଜଣେ କ୍ୱାକକୁ ଗିରଫ କରିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)