ପେପର୍‌ ଲେସ୍‌ ହେଲା ଦେଶରେ ବୃହତ ବିଧାନସଭା

ଲକ୍ଷ୍ମୌ: ମେ ୨୦: ପେପର୍‌ ଲେସ୍‌ ହୋଇଛି ଦେଶର ବୃହତ ବିଧାନସଭା ଉତ୍ତର ପ୍ରଦେଶ ବିଧାନସଭା । ଅର୍ଥାତ୍‌ ବିଧାନସଭାରେ ଆଉ କାଗଜ ଓ କଲମ ବ୍ୟବହାର ହେବ ନାହିଁ । ଚଳିତମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଭାବେ ହାଇଟେକ୍‌ ଭାବେ ଚାଳିବ । ୪୦୩ ସଦସ୍ୟ ବିଶିଷ୍ଠ ଏହି ବିଧାନସଭାର କାର୍ଯ୍ୟ ଏବେ ଟ୍ୟାବଲେଟ୍‌ ସହାୟତାରେ ଚାଲିବ ।

ପେପର୍‌ ଲେସ୍‌ ହେଲା ଦେଶରେ ବୃହତ ବିଧାନସଭା

ଏହିପରି କି ବିଧାୟକଙ୍କ ପ୍ରଶ୍ନ ଓ ମନ୍ତ୍ରୀଙ୍କ ଉତ୍ତର ଭଳି ସମସ୍ତ କାର୍ଯ୍ୟ ଟ୍ୟାବଲେଟ୍‌ ସହାୟତାରେ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଆଜି ଲୋକସଭା ଅଧ୍ୟକ୍ଷ ଓମ୍‌ ର୍ବିଲା ଏହି ‘ଇ-ବିଧାନସଭା’ର ଶୁଭାରମ୍ଭ କରିଛନ୍ତି ।

ଏହାଛଡ଼ା ବିଧାନସଭା ଭିତରେ ନିଜର ଜନପ୍ରତିନିଧି କିଭଳି କାର୍ଯ୍ୟ କରୁଛନ୍ତି ତାହାକୁ ଲାଇଭ୍‌ ମାଧ୍ୟମରେ ଭୋଟର ଦେଖିପାରିବାର ସୁବିଧା ରହିଛି । ଏହି କାରଣରୁ ବିଧାନସଭାର ପ୍ରତିଟି ସିଟରେ ଟ୍ୟାବଲେଟ୍‌ ସଂଯୋଗ କରାଯାଇଛି ।

ପେପର୍‌ ଲେସ୍‌ ହେଲା ଦେଶରେ ବୃହତ ବିଧାନସଭା

ସୂଚନା ଥାଉଯେ, ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାର ହାଇଟେକ୍‌ ଟେକ୍ନୋଲୋଜୀକୁ ନିରୀକ୍ଷଣ କରିଥିଲେ । ଆଜି ବିଧାସଭା ଅଧ୍ୟକ୍ଷ ବିଧାନସଭାର ଦୁଇଟି ସଦନକୁ ସମ୍ବୋଧିତ କରିବେ ଓ ଏହାପରେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ସହ ସଚିବାଳୟରେ ଟ୍ରେନିଂ ଆରମ୍ଭ ହେବ ।

Comments are closed.