ନୂଆଦିଲ୍ଲୀ : ହଠାତ ଅଚଳ ହୋଇ ପଡିଲା UPI I ଏକ ବଡ଼ ଟେକନିକାଲ୍ ସମସ୍ୟା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଶନିବାର ଦ୍ଵି ପ୍ରହରରୁ ୟୁପିଆଇ (Unified Payments Interface) ସେବା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ୟୁଜର୍ସମାନେ ଡିଜିଟାଲ୍ କାରବାର କରିନପାରି ହଟ୍ଟହଟା ହୋଇଛନ୍ତି । ୟୁଜର୍ସ ସେମାନଙ୍କର ପେମେଣ୍ଟ ସମାପ୍ତ କରିପାରିଲେ ନାହିଁ, ଯାହା ଫଳରେ ପରସ୍ନାଲ୍ ଏବଂ ବିଜନେସ୍ କାର୍ଯ୍ୟକଳାପ ପ୍ରଭାବିତ ହେଲା । ଆଉଟେଜ୍ ଟ୍ରାକ୍ କରୁଥିବା ୱେବସାଇଟ୍ ଡାଉନ୍ଡିଟେକ୍ଟର ଏହି ସୂଚନା ଦେଇଛି । ଏହାର ପ୍ରଭାବ ପେଟିଏମ୍, ଫୋନ୍ ପେ ଓ ଗୁଗୁଲ୍ ପେ ବ୍ୟବହାରକାରୀଙ୍କ ଉପରେ ପଡ଼ିଛି । ଡାଉନ୍ଡିଟେକ୍ଟର ରିପୋର୍ଟ ଅନୁଯାୟୀ, ମଧ୍ୟାହ୍ନ ସୁଦ୍ଧା UPI ସମସ୍ୟାର ପ୍ରାୟ ୧,୧୬୮ ଅଭିଯୋଗ ପଞ୍ଜିକୃତ ହୋଇଛି । ଏଥିମଧ୍ୟରୁ, Google Pay ବ୍ୟବହାରକାରୀମାନେ ୯୬ ଟି ସମସ୍ୟା ରିପୋର୍ଟ କରିଥିବା ବେଳେ Paytm ବ୍ୟବହାରକାରୀମାନେ ୨୩ ଟି ସମସ୍ୟା ପଞ୍ଜୀକୃତ କରିଛନ୍ତି । ଏଥି ସହ NPCI ସ୍ପଷ୍ଟି କରଣ କରିଛି ଏବଂ କହିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ UPI ଡାଉନ୍ ଅଛି ।
ସୂଚନାଯୋଗ୍ୟ, ୟୁପିଆଇ ସେବା ଦେଶର ଅନେକ ଆପ୍ ପ୍ରଦାନ କରୁଛନ୍ତି । ବିଭିନ୍ନ ବ୍ୟାଙ୍କ ସହ ପେଟିଏମ୍ରୁ ନେଇ ଫୋନ୍ ପେ ଭଳି ଆପ୍ ଯୋଗାଇ ଦେଉଛନ୍ତି ୟୁପିଆଇ ସେବା । ଏବେ ୟୁପିଆଇ କାମ କରୁ ନଥିବା ବେଳେ ଲୋକେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ କଲେ ତାହା ପ୍ରୋସେସ୍ରେ ରହି ୫ ମିନିଟ୍ ପରେ ଫେଲ୍ ହୋଇ ଯାଉଛି ।
ତେବେ ଏହାଦ୍ଵାରା ଭାରତର କେଉଁ କେଉଁ ରାଜ୍ୟ ପ୍ରଭାବିତ ସ୍ପଷ୍ଟ ସୂଚନା ମିଳିନାହିଁ ।