ବର୍ଷାରେ ନାଚିଲେ ଉର୍ବଶୀ

ଧାରାବାହିକ କସୌଟି ଜିନ୍ଦେଗୀରେ କମୋଲିକାଙ୍କ ଭୂମିକା କାହାକୁ ବା ଅଛପା । କେଶରେ ଅଙ୍ଗୁଳି ଘୁରାଇ ଘୁରାଇ ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ ସର୍ବଦା ସମସ୍ୟା ସୃଷ୍ଟି କରୁଥିବା କମୋଲିକା ଓରଫ ଉର୍ବଶୀ ଢୋଲକିଆଙ୍କୁ ଗତ କିଛି ସମୟ ଧରି ଟେଲିଭିଜନରେ ଅଧିକ ସକ୍ରିୟ ହେବାର ଦେଖାଯାଇନାହିଁ । କିନ୍ତୁ ଉର୍ବଶୀ ସୋସିଆଲ୍‌ ମିଡିଆରେ ସର୍ବଦା ନିଜ ଫ୍ୟାନ୍ସମାନଙ୍କ ସହ ସକ୍ରିୟ ରହିଥାନ୍ତି ।

ବର୍ଷାରେ ନାଚିଲେ ଉର୍ବଶୀ

ବର୍ଷାରେ ଭିଜିବାକୁ ବହୁତ ଭଲ ପାଉଥିବା ଉର୍ବଶୀଙ୍କ ଏକ ମସ୍ତୀଭରା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଉର୍ବଶୀ ବର୍ଷାରେ ଝୁମି ଝୁମି ନାଚୁଥିବାର ନଜର ଆସୁଛନ୍ତି । ଏହି ମୂହୂର୍ତ୍ତକୁ ସେ ବେଶ୍‌ ଉପଭୋଗ କରୁୁଛନ୍ତି । ବର୍ଷାରେ ସେ ଘରୁ ବାହାରି ଆସିଛନ୍ତି ଓ ନିଜକୁ ପୁରା ଭିଜାଇ ଦେଇଛନ୍ତି । ଏକ ଛୋଟ ପିଲା ପରି ଝୁମି ଝୁମି ବର୍ଷାରେ ଉର୍ବଶୀ ନାଚୁଥିବାର ଦେଖାଯାଉଛି । ଲୁକ୍‌ସ୍‌ ଦୃଷ୍ଟିରୁ ଦେଖିଲେ ଉର୍ବଶୀ ଏହି ସମୟରେ ଏକ ଟାଇଗର ପ୍ରିଣ୍ଟ ସୁଟ୍‌ ପିନ୍ଧିଛନ୍ତି ।

ବର୍ଷାରେ ନାଚିଲେ ଉର୍ବଶୀ

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଉର୍ବଶୀ ଜଣେ ଶିଶୁ କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଶ୍ରୀକାନ୍ତ, ଦେଖ ଭାଇ ଦେଖ, ଘର ଏକ ମନ୍ଦିର, କଭି ସୌତନ କଭି ସହେଲି ପରି ବହୁ ଟିଭି ଧାରାବାହିକରେ ସେ ଦମଦାର ଅଭିନୟ କରିଛନ୍ତି । କିନ୍ତୁ ଧାରାବାହିକ କସୌଟି ଜିନ୍ଦେଗୀରୁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା, ଯେଉଁଥିରେ ସେ କମୋଲିକା ପରି ଏକ ନେଗେଟିଭ୍‌ ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିଥିଲେ । କିନ୍ତୁ ଏବେ ତାଙ୍କୁ ଟିଭିରେ ସେପରି ଅଧିକ କାମ ମିଳୁ ନାହିଁ କାରଣ ସେ ନେଗେଟିଭ୍‌ ରୋଲ୍‌ କରିଥିବାରୁ ତାଙ୍କୁ ପଜିଟିଭ୍‌ ରୋଲ୍‌ ମିଳୁନାହିଁ ବୋଲି ସେ କହିଛନ୍ତି ।

Har Ghar Tiranga