ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ

ଲଣ୍ଡନ୍‌: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜ ପରିବାରରେ ଶୋକର ଛାୟା ଖେଳିଯାଇଛି । ରାଣୀଙ୍କ ମୃତ୍ୟୁ ପରେ ଦେଶର ଅନେକ ସ୍ଥାନରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଗୁରୁବାର ବିଳମ୍ବିତ ରାତି ୧୧:୧୫ ରେ ମୃତ୍ୟୁ ବରଣ କରିଛନ୍ତି ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ

ସେ ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ ଦୁର୍ଗରେ ରହୁଥିଲେ, ଯଦିଓ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଏହି ଦୁର୍ଗରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଣୀଙ୍କ ମୃତ୍ୟୁ ପରେ, ତାଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ରିଟେନରେ ପ୍ରସ୍ତୁତି ଚାଲିଛି ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ

ବ୍ରିଟେନ୍‌ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ପ୍ରଥା ଅନୁଯାୟୀ ତାଙ୍କ ବଡ଼ ପୁଅ ଚାର୍ଲ୍ସ ହେବେ ରାଜା । ତେବେ କେବଳ ଅପେକ୍ଷା ଆନୁଷ୍ଠାନିକ ଘୋଷଣା ଏବଂ ରୀତିନୀତି ପରମ୍ପରାକୁ ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ
ବର୍ତ୍ତମାନ ଶୋକ ସମୟ ମଧ୍ୟରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପରେ ହିଁ ଚାର୍ଲ୍ସଙ୍କୁ ଦେଶର ରାଜା ଭାବେ ଘୋଷିତ କରାଯିବ । ଏନେଇ ସମସ୍ତ ରାଜକୀୟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ୯୬ ବର୍ଷ ବୟସରେ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହେବା ପରେ ବ୍ରିଟେନରେ ୧୦ ଦିନ ପାଇଁ ଶୋକ ପାଳନ କରାଯିବା । ଏହାପରେ ରାଣୀଙ୍କୁ ସମାଧି ଦେବାର ସମସ୍ତ ରାଜକୀୟ କାର୍ଯ୍ୟ କରାଯିବ ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ

ତେବେ ଆଜି ଏଲିଜାବେଥଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ରାଣୀଙ୍କ ଜ୍ୟେଷ୍ଠ ପୁତ୍ର ଚାର୍ଲ୍ସଙ୍କୁ ଆନୁଷ୍ଠାନିକ ଭାବରେ ରାଜା ଘୋଷିତ ହୋଇଛନ୍ତି । ୭୩ ବର୍ଷ ବୟସରେ, ସେ ହେବେ ବ୍ରିଟିଶ ଇତିହାସରେ ସିଂହାସନରେ ବସିଥିବା ସବୁଠାରୁ ବୟସ୍କ ଉତ୍ତରାଧିକାରୀ ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ
ତେବେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଯୋଗଦେବେ ବୋଲି କହିଛନ୍ତି । ତେବେ ଏହି ବିଷୟରେ ବିସ୍ତୃତ ଭାବରେ କିଛି ସୂଚନା ଆସିନାହିଁ, କି;ୁ ସେ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯିବେ ବୋଲି ବିଡେନ ଶୁକ୍ରବାର ଦିନ ଓହିଓର କଲମ୍ବସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି ।

 ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଜୋ ବାଇଡେନ

ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ମହାରାଜା ଚାର୍ଲ୍ସ କିଙ୍ଗଙ୍କ ସହ କଥା ହୋଇନାହାଁନ୍ତି । ସେ କହିଥିଲେ ମୁଁ ସେମାନଙ୍କୁ ଜାଣେ । ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ କଥାବାର୍ତ୍ତା କରି ନାହିଁ । ଏହି ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

Har Ghar Tiranga