ଉପକାରୀ ଖଜୁରୀ

0

ଖଜୁରୀ ଏକ ଏପରି ଫଳ ଯାହା ଖୁବ ପୋଷଣ ତତ୍ୱରେ ଭରପୁର । ଏଥିରେ ଫାଇବର, ଆଇରନ, ପୋଟାସିଅମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ବେଶ୍‌ ଏନର୍ଜେଟିକ କରିଥାଏ । ପ୍ରତିଦିନ ଖଜୁରୀ ଖାଇବାର ଖୁବ ଉପକାର ମିଳିଥାଏ । ଏହା ଆମର ହାଡକୁ ମଜବୁତ କରିବା ସହିତ ପାଚନତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହାସହ ଖଜୁରୀରେ ଆଣ୍ଟି ଇନ୍‌ଫ୍ଲାମେଟରୀ, ଆଣ୍ଟି ବ୍ୟାକେଫରିଅଲ,ଗ୍ୟାଷ୍ଟ୍ରୋପ୍ରୋଟେକଫିଭ୍‌ ଓ ଆଣ୍ଟି କ୍ୟାନ୍ସର ଗୁଣ ଭରପୁର ମାତ୍ରାରେ ରହିଥାଏ । ଏହି ସମସ୍ତ ତତ୍ୱ ଆମକୁ ବିଭିନ୍ନ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ । ଏହା ଆମ ଶରୀରରେ ଥିବା ବ୍ୟାଡ କଲୋଷ୍ଟ୍ରୋଲ ପାଇଁ ଖୁବ ଲାଭ ପ୍ରଦ ହୋଇଥାଏ, ଏଗୁଡିକୁ କମାଇବାରେ ଖଜୁରୀ ସାହାଯ୍ୟ କରିଥାଏ । ସେହିଭଳି ଏଥିରେ ଥିବା ପୋଟାସିଅମ ଓ ମ୍ୟାଗ୍ନେସିଅମ ହାର୍ଟ ହେଲ୍‌ଥ ପାଇଁ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଆମ ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଖଜୁରୀରେ ଥିବା ଫାଇବର ଆମ ପେଟକୁ ଭଲ ରଖିଥାଏ । ଏହା ଆମର ପାଚନ ତନ୍ତ୍ରକୁ ମଜବୁତ କରିଥାଏ । ସେହିଭଳି ଏଥିରେ ଥିବା ଆଇରନ ଶରୀରରେ ରକ୍ତହୀନତାକୁ କମାଇଥାଏ । କେବଳ ଏତିକି ନୁହେଁ ଏହା ଆମର ସ୍କିନ୍‌ ଓ କେଶ ପାଇଁ ମଧ୍ୟ ଭଲ ହୋଇଥାଏ । ପ୍ରତିଦିନ ସକାଳୁ ଖଜୁରୀ ଖାଇବା ଫଳରେ ଏହା ଆମର ବ୍ରେନ୍‌କୁ ସତେଜ ରଖିଥାଏ । ଏଥିରେ ଥିବା ବିଭିନ୍ନ ପୋଷକ ତତ୍ୱ ବ୍ରେନ୍‌ ପାଇଁ ଲାଭ ଦାୟକ ହୋଇଥାଏ । ଖଜୁରୀରେ ଥିବା ଗ୍ଲìକୋଜ ଓ ଫ୍ରୁକେଫାଜ ଭଳି ନ୍ୟାଚୁରାଲ ସୁଗାର ମେଣ୍ଟାଲ ଷ୍ଟ୍ରେସ ଦୂର କରିବାରେ ସହାୟକ ହୋଇଥାଏ, ଯାହା ଫଳରେ ମସ୍ତଷ୍କ ଖୁବ ଆକଫିଭ୍‌ ରହିଥାଏ । ପ୍ରତିଦିନ ତିନୋଟି ଖଜୁରୀକୁ ରାତିରେ ଭିଜାଇ ସକାଳୁ ଏହାକୁ ଖାଆନ୍ତୁ ଖୁବ ଭଲ ଫାଇଦା ମିଳିବ ।

Leave A Reply

Your email address will not be published.