ମୁତ୍ରାଶୟ ସଂକ୍ରମଣ କହିଲେ ଆମ ଶରୀରରେ ଥିବା ୟୁରିନାରୀ ଟ୍ରାକ୍ ବା ମୁତ୍ରନଳୀରେ ହୋଇଥିବା ସଂକ୍ରମଣକୁ ବୁଝାଇଥାଏ । ତେବେ ଆମ ୟୁରିନାରୀ ଟ୍ରାକରେ ଅନେକ ଗୁଡିଏ ଅଙ୍ଗ ମିଶିକରି ଥାଏ, ଯେପରି ବୃକକ୍, ୟୁରେଟର, ମୁତ୍ରାଶୟ,ୟୁରେଥ୍ରା ଆଦି । ବୃକକର କାମ ସିଏ ଆମ ରକ୍ତରୁ ଅଦରକାରୀ ସାମଗ୍ରୀକୁ ଛାଣିଥାଏ ଏବଂ ଏହାକୁ ମୁତ୍ରରେ ପରିଣତ କରିଥାଏ । ଏହାପରେ ଏହି ମୁତ୍ର ୟୁରେଟର ଦେଇ ମୁତ୍ରାଶୟରେ ଯମା ହୋଇଥାଏ । ଏହାପରେ ୟୁରେଥ୍ରା ଦେଇ ଏହା ଆମ ଶରୀରରୁ ବାହାରକୁ ଯାଇଥାଏ । ତେଣୁ ମୁତ୍ରାଶୟ ସଂକ୍ରମଣ ସମୟରେ ଏହି ସମସ୍ତ ଅଙ୍ଗ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ଏହି ସଂକ୍ରମଣ ମହିଳାଙ୍କ କ୍ଷେତ୍ରରେ ବେଶି ଦେଖିବାକୁ ମିଳିଥାଏ । ଏହା ଏକ ପ୍ରକାରର ବ୍ୟାକେଫରିଆଲ ସଂକ୍ରମଣ । ଆମେ ପରିସ୍ରା କରିବା ସମୟରେ ୟୁରେଥା ଦେଇ ଏହି ବ୍ୟକେଫରିଆ ଆମ ଶରୀରକୁ ପ୍ରବେଶ କରିଥାଏ, ଯାହା ଆମର ମୁତ୍ରାଶୟକୁ ମଧ୍ୟ ସଂକ୍ରମିତ କରିପାରେ । କେବଳ ଏତିକି ନୁହେଁ ଏହି ସଂକ୍ରମଣ ଆମର ବୃକକ୍କୁ ମଧ୍ୟ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି । ଇ. କୋଲି ନାମକ ଏକ ବ୍ୟାକେଫରିଆ କାରଣରୁ ଏହି ରୋଗ ଆମକୁ ହୋଇଥାଏ ।
ତେବେ ଯଦି ୟୁଟିଆଇ ସଂକ୍ରମଣର କୌଣସି ଲକ୍ଷଣ ଆପଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏଥିପାଇଁ ବିଭିନ୍ନ ପ୍ରକାରର ଟେଷ୍ଟ୍ ରହିଛି, ଯାହା ଦ୍ୱାରା ସଂକ୍ରମଣ ବିଷୟରେ ଜାଣି ହୋଇଥାଏ । ଏଥି ନିମନ୍ତେ ୟୁରିନ୍ କଲଚର୍, ୟୁରିନ୍ ଆନାଲିସିସ୍ ଭଳି ପରୀକ୍ଷା ରହିଛି, ଯେଉଁଥିରୁ ଏ ସମସ୍ତ ବିଷୟରେ ଜାଣି ହୋଇଥାଏ । ଏହା ବ୍ୟତିତ ଅନନ୍ୟା ପ୍ରକ୍ରିୟା ମଧ୍ୟ ରହିଛି । ତେଣୁ ଡାକ୍ତରଙ୍କ ପରାମର୍ଶରେ ଏହାର ଚିକିତ୍ସା କରାଇଲେ ତୁରନ୍ତ ଉପଶମ ମିଳିଥାଏ । ତେବେ ଏହାର ଚିକିତ୍ସାରେ କେବେ ହେଲେ ହେଳା କରନ୍ତୁ ନାହିଁ ।