ବୋଲବମ୍‌ ଭକ୍ତ ଯିବା ରାସ୍ତାରେ ମଦ, ମାଂସ ଦୋକାନ ବନ୍ଦ

ଲକ୍ଷ୍ନୌ: ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କେତେକ ପଦକ୍ଷେପ ନେଇଛନ୍ତି । ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି । ଏହା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଡ୍ରୋନ ମାଧ୍ୟମରେ ଯାତ୍ରା ଉପରେ ନଜର ରଖାଯିବ । ପୁଣି ଭକ୍ତମାନେ ଯାଉଥିବା ରାସ୍ତାରେ ଯେପରି ପାଣି ନ ଜମେ ତାହା ଉପରେ ଦୃଷ୍ଟି ଦିଆଯିବ ।

ଜିଲ୍ଲାପାଳ ସୁହାସ ୟତିରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏକ ବୈଠକରେ ବୋଲବମ ଯାତ୍ରା ଯେପରି ସୁରୁଖୁରୁରେ ସମାପ୍ତ ହୁଏ ସେ ନେଇ ସମୀକ୍ଷା କରାଯାଇଛି । କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେଲା ଉତ୍ତରପ୍ରଦେଶରେ ବୋଲବମ ଯାତ୍ରାକୁ ଅନୁମତି ଦିଆଯାଉନଥିଲା । ଏବର୍ଷ ଅନୁମତି ଦିଆଯାଇ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Comments are closed.