ଉତ୍ତରାଖଣ୍ଡ: ଅକ୍ଟୋବର ୨୦: ଗତକାଲି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହିତ ବାଦଲ ଫଟା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ସହିତ ଅତଡ଼ା ଖସୁଥିବା ସୂଚନା ମିଳିଛି । ଏଥିରେ ଏପର୍ଯ୍ୟନ୍ତ ୪୭ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଭୂସ୍ଖଳନ ଘଟି ଘର ଏବଂ ଯାନବାହାନ ମାଟି ତଳେ ଚାପି ହୋଇଯାଇଛି । ଫଳରେ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତେବେ ନୈନିତାଲ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ ଦେହ ଉଦ୍ଧାର କରଯାଇଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି ।
ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବାୟୁସେନା, ଏନ୍ଡିଆରଏଫ୍ ଦଳ ସହାୟତ କରିବାକୁ ପହଞ୍ଚିଛନ୍ତି । ଭୂସ୍ଖଳନ ହୋଇଥିବା ଅଞ୍ଚଳ ସହ ଜାତୀୟ ରାଜମାର୍ଗ ୧୦୭ ଅବରୋଧ ହୋଇଛି । ରାତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । କେତେକ ଅଞ୍ଚଳଗୁଡିକ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ବନ୍ୟାରେ କେଉଁଠି ପୋଲ ଭାସିଯାଇଛି ତ’ ଆଉ କେଉଁଠି ଯାତ୍ରୀଙ୍କ ସହ କାର ବନ୍ୟା ପାଣିରେ ଭାସିଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି ।
Comments are closed.