ଲକ୍ଷ୍ନୌ: ଜୁନ୍ ୦୭: ବାରାଣାସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଛି ରାୟ । ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ । ଗାଜିଆବାଦ ସେସନ୍ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାପୂର୍ବରୁ ଜୁନ୍ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଦୋଷୀକୁ ଦଣ୍ଡାଦେଶ ନଦେଇ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ ।
ଏହାପୂର୍ବରୁ ମେ ୨୩ ତାରିଖରେ ଜଷ୍ଟିସ ଜିତେନ୍ଦ୍ର କୁମାର ସିହ୍ନାଙ୍କ ଅଦାଲତାରେ ଏହି ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତ ୱଲିଉଲ୍ଲାହକୁ କଡ଼ା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଯାଇଥିଲା । ତେବେ ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଜୁନ୍ ୪ ଯାଏଁ ନିଜ ରାୟ ସିଂରକ୍ଷିତ ରଖିଥିଲେ ।
ସୂଚନା ଥାଯେ, ୨୦୦୬ ମାର୍ଚ୍ଚ ୭ ତାରିଖରେ ସଙ୍କଟମୋଚନ ମନ୍ଦିର ଓ କ୍ୟାଣ୍ଟ ରେଲେୱ ଷ୍ଟେସନର ସିରିଏଲ ବୋମା ବିସ୍ପୋରଣ ହୋଇଥିଲା । ଏଥିରେ ୩୦ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଶହେରୁ ଅଧିକ ଆହତ ହୋଇଥିଲେ । ୨୦୦୬ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାହଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଜିଲ୍ଲାର ପୁଲପୁର ଗ୍ରାମଠାରେ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାଟିକୁ ଗାଜିବାବାଦକୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed.