ଜୀବନରେ ଧନଧାନ୍ୟ ଓ ସୁଖ ସମୃଦ୍ଧି କାହାର ଲୋଡା ନାହିଁ କହିଲେ । କିନ୍ତ କିଛି ଲୋକ ବହୁ ପରିଶ୍ରମ କଲା ପରେ ମଧ୍ୟ ସେମାନଙ୍କ ପାଖରେ ପଇସା ରହିପାରେ ନାହିଁ । ପଇସା ତ ଖୁବ୍ ରୋଜଗାର କରନ୍ତି କିନ୍ତୁ ସଞ୍ଚୟ ଶୂନ । ତେଣୁ ପରିବାରକୁ ଆର୍ଥିକ ସମସ୍ୟା ସହିତ ଅନ୍ୟାନ୍ୟ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆପଣ ବି ଏରି ସ୍ଥିତିରସମ୍ମୁଖୀନ ହେଉଥିଲେ ବାସ୍ତୁ ଶାସ୍ତ୍ରର ସାହାଯ୍ୟ ନିଅନ୍ତୁ । ବାସ୍ତୁରେ ଏଥି ନିମେନ୍ତ ବହୁ ଲାଭ ଦାୟକ ଉପାୟ ଉଲ୍ଲେଖ ରହିଛି । ବାସ୍ତୁ ବିଶେଷଜ୍ଞଙ୍କ ମତ ଯଦି କୌଣସି ବ୍ୟକ୍ତି ଜୀବନରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହୁଛି କିମ୍ବା ଅର୍ଥ ରୋଜଗାର ଦିଗରେ ବାଧା ଉପୁଜୁଛି ତେବେ ଘରର ଆଖପାଖ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ନିମ୍ନରେ ଏ ସଂପର୍କିତ କିଛି ବାସ୍ତୁ ଉପାୟ ।
୧-ଘରର ଟ୍ରେଜେରୀକୁ ସର୍ବଦା ଉତ୍ତର କିମ୍ବା ପୂର୍ବ ମୁହାଁ କରି ରଖନ୍ତୁ । ଏପରି କରିବା ଦ୍ୱାରା ଘରେ କେବେ ଧନର ଅଭାବ ଦେଖା ଦେଇ ନଥାଏ ।
୨-ମୁଖ୍ୟ ଦ୍ୱାର ପଟେ ଆମ ଘରକୁ ସକରାତ୍ମକ କିମ୍ବା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏଣୁ ଘରର ମୁଖ୍ୟ ଦ୍ୱାର ନିକଟରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ ।
୩-ମୁଖ୍ୟ ଦ୍ୱାରର ପୂଜାଅର୍ଚ୍ଚନା କରନ୍ତୁ । ମୁଖ୍ୟ ଦ୍ୱାରର କୋଣରେ ମୁରୁଜ ପକାନ୍ତୁ । ଏହା ସହିତ ସନ୍ଧ୍ୟା ସମୟରେ ଘିଅ ଦୀପ ଜଳାନ୍ତୁ ।
୪- ଏକ ରଥରେ ବନ୍ଧା ଯାଇଥିବା ୭ ଗୋଟି ଘୋଡାକୁ ସୂର୍ଯ୍ୟଙ୍କ ରଥ ବୋଲି ମନେ କରାଯାଏ । ଏପରି ଫଟୋ ଘରର ପୂର୍ବ ଦିଗରେ ଲଗାନ୍ତୁ ।
୫- ଘରର ପୂର୍ବ ଓ ଦକ୍ଷିଣ ଦିଗ କାନ୍ଥରେ ପ୍ରକୃତି ସହ ଜଡିତ ସୁନ୍ଦର ଫଟୋ ଲଗାନ୍ତୁ ।
Comments are closed.