ଭେଜ୍‌ ମଟକା ପଲଉ

ସାମଗ୍ରୀ – ଏକ କପ ବାସୁମତି ଚାଉଳ, ଅଧା ଚାମଚ ଗରମ ମସଲା, ୨ରୁ ୩ଟି ଲବଙ୍ଗ, ୨ଟି ଗୁଜୁରାତି, ଏକଟି ଅଳେଇଚ, ତେଜପତ୍ର ଗୋଟିଏ, ଏକ ଚାମଚ ଜୀରା, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଅଳ୍ପ ଲଙ୍କା ଗୁଣ୍ଡ, ଏକ ଚାମଚ ଧନିଆ ଗୁଣ୍ଡ, ଗୋଟିଏ କଟା ବଡ ପିଆଜ, ଅଳ୍ପ କଟାହୋଇଥିବା କୋବି, ଅଳ୍ପ କଟାହୋଇଥିବା ଗାଜର, ମଟର ଅଧାକପ (ଛୋଟ କପରେ), ୨ ଚାମଚ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ ପୋଦିନା ଓ ଧନିଆ ପତ୍ର ।

ପ୍ରଣାଳୀ – ପ୍ରଥମେ ବାସୁମତି ଚାଉଳକୁ ଧୋଇ ବତୁରାଇ ନିଅନ୍ତୁ । ଏହାପରେ ଚାଉଳକୁ ୭୦ ପ୍ରତିଶତ ରାନ୍ଧନ୍ତୁ । ଏହାପରେ ଆଞ୍ଚରେ ଏକ ମାଟି ପାତ୍ରରେ ସୋରିଷ ତେଲ ପକାନ୍ତୁ । ତେଲରେ ସମସ୍ତ ଖଣ୍ଡ ମସଲା ପକାଇ କିଛି ସମୟ ଭାଜନ୍ତୁ ଏହାପରେ ଏଥିରେ ସମସ୍ତ ପରିବା ପକାଇ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ । କିଛି ସମୟ ପରେ ଏଥିରେ ଦହି ମିଶାନ୍ତୁ । ଭାଜି ହେବା ପରେ ଏହାର ଅଧା ପରିମାଣ ଅନ୍ୟପାତ୍ରରେ କାଢି ନିଅନ୍ତୁ । ବର୍ତ୍ତମାନ ପାତ୍ରରେ ଥିବା ଅଧା ମସଲା ଉପରେ ଭାତର ଲେୟାର ଦିଅନ୍ତୁ । ଏହା ଉପରେ ପୁଣି ବଳକା ମସଲା ଦିଅନ୍ତୁ, ଏବଂ ଏହାପରେ ବଳିଥିବା ଭାତକୁ ଦିଅନ୍ତୁ । ଏହି ପରି ଯେତେ ଲେୟାର ହେବ ସଜାନ୍ତୁ । ଶେଷରେ ଉପରେ ଧନିଆ ପତ୍ର, ପୋଦିନା ପତ୍ର ଏବଂ ଭଜା ପିଆଜ ଦେଇ କମ ଆଞ୍ଚରେ ବସାନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଗଲା ମଟକା ପଲଉ ।

Comments are closed.