ଆଜିକାଲି ଅନେକ ଲୋକ ଭେଗାନ୍ ଡାଏଟ୍ ଫଲୋ କରିବା ଆରମ୍ଭ କରିଛନ୍ତି । ଭେଗାନ ଅର୍ଥ କେବଳ ଉଦ୍ଭିଦଜାତ ଦ୍ରବ୍ୟର ବ୍ୟବହାର । ତେବେ ଭେଗାନ କେବଳ ଯେ ବର୍ତ୍ତମାନ ଖାଦ୍ୟରେ ସୀମିତ ତାହା ନୁହେଁ ବର୍ତ୍ତମାନ ଏହା ଫ୍ୟାଶନରେ ମଧ୍ୟ ସାମିଲ ହୋଇଛି । ଭେଗାନ୍ ଲେଦର ଠାରୁ ଆରମ୍ଭ କରି ଭେଗାନ୍ ସ୍କିନ୍ କେୟାର ସବୁର ଚାହିଦା ବଢିଛି । ତେବେ ବର୍ତ୍ତମାନ ଯୁବପିଢି ମଧ୍ୟରେ ଭେଗାନ୍ ସ୍କିନ୍ କେୟାର ଟ୍ରେଣ୍ଡ୍ରେ ରହୁଛି । ଭେଗାନ ସ୍କିନ୍ କେୟାରରେ କୌଣସି ପଶୁଜାତ ଦ୍ରବ୍ୟର ବ୍ୟବହାର ନଥାଏ । ଏହାର ସମସ୍ତ ସାମଗ୍ରୀ ଉଦ୍ଭିଦଜାତ ହୋଇଥାଏ । ଏହି ଭେଗାନ ସ୍କିନ୍ କେୟାର ତାଲିକାରେ ଆଲୋଭେରା, ସି ବଟ୍ଟର, ଜୋଜବା ଅଏଲ୍ ଏବଂ ନଡିଆ ତେଲ ଆଦି ସାମିଲ ରହିଛି । ଏଗୁଡିକ ହେଲା ଭେଗାନ ସ୍କିନ୍ କେୟାର ଲିଷ୍ଟର ସବୁଠାରୁ ପପୁଲାର ଆଇଟମ୍ । ଏହି ସମସ୍ତ ବିୟୁଟି ପ୍ରଡକଫ ବିଭିନ୍ନ ପ୍ରକାରର ସ୍କିନ୍ ଆଡଭାଣ୍ଟେଜ୍ ଦେଇଥାଏ । ଏହା ସ୍କିନ୍କୁ ହାଇଡ୍ରେଟ୍ କରୁଥିବାବେଳେ ସ୍କିନ୍କୁ କୋମଳ ମଧ୍ୟ କରିଥାଏ । ଏହା ସହ ସ୍କିନ୍କୁ ବିଭିନ୍ନ ପାକୃତିକ କ୍ଷତିରୁ ମଧ୍ୟ ବଞ୍ଚାଇଥାଏ । ତେବେ ଏହି ଭେଗାନ ସ୍କିନ୍ କେୟାର ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ଏହି ସ୍କିନ୍ କେୟାର ଆମର ସ୍କିନ୍କୁ ଭଲ ରଖିବାସହ ପରିବେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ତେବେ ଏହି ସ୍କିନ୍ ପ୍ରଡକଫ ବିଭିନ୍ନ ପ୍ରକାର ସ୍କିନ୍ ପାଇଁ ଅଲଗା ଅଲଗା ହୋଇଥାଏ ।