ପୁଣି ଥରେ ହିନ୍ଦୀ ସିନେମାର ରୁପେଲି ପରଦାରେ ନିଜ ଅଭିନୟର ଯାଦୁ ଦେଖାଇବା ପାଇଁ ଆସୁଛନ୍ତି ସାଉଥ୍ ସୁପରଷ୍ଟାର ଦଗୁବତ୍ତି ଭେଙ୍କଟେଶ୍ । ସେ ଦୀର୍ଘ ୨୫ ବର୍ଷ ପରେ ବଲିଉଡ୍କୁ ଫେରୁଛନ୍ତି । ଭେଙ୍କଟେଶ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମରୁ ବଲିଉଡ୍କୁ କମ୍ବ୍ୟାକ୍ କରୁଛନ୍ତି । ଏହି ଫିଲ୍ମକୁ ସାଜିଦ ନାଡିୟାୱାଲାଙ୍କ ପ୍ରଡକ୍ସନରେ ନିର୍ମାଣ କରାଯିବ । ଏହାର ନିର୍ଦ୍ଦେଶନା ଦେବେ ଫରହାଦ ସାମଜୀ ।
ଏହା ପୂର୍ବରୁ ଦଗୁବତ୍ତି ଭେଙ୍କଟେଶ ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ‘ ଅନାଡି’ରେ ନଜର ଆସିଥିଲେ, ଯେଉଁଥିରେ କରିସ୍ମା କପୁର ଲିଡ୍ ରୋଲ୍ରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ସେସମୟରେ ସୁପରଡୁପର ହିଟ୍ ହୋଇଥିଲା । ଏହାର ପ୍ରତିଟି ଗୀତକୁ ଦର୍ଶକମାନେ ଆଜି ବି ବେଶ୍ ପସନ୍ଦ କରୁଛନ୍ତି । ଅନାଡି ଫିଲ୍ମ ପରେ ଭେଙ୍କଟେଶ୍ ହିନ୍ଦୀ ଫିଲ୍ମ ତକଦିରୱାଲା ଫିଲ୍ମରେ କାମ କରିଥିଲେ ।
ଆଉ ଏବେ ପୁଣି ଥରେ ସେ ବଲିଉଡ୍ର ରୁପେଲି ପରଦାରେ ନଜର ଆସିବା ପାଇଁ ପ୍ରସ୍ତୁତି କରିଚାଲିଛନ୍ତି । ଏକ େୱବ୍ ପୋର୍ଟାଲ ଅନୁଯାୟୀ ସାଜିଦ ନାଡିଆୱାଲା ଏହି ଫିଲ୍ମର କାମ ଆଗାମୀ ବର୍ଷ ଆରମ୍ଭରେ ଶୁଭାରମ୍ଭ କରିବେ । ସୂଚନା ଅନୁଯାୟୀ ସଲମାନ ଖାନ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ, କିନ୍ତୁ କୁହାଯାଉଛି ଯେ ଭେଙ୍କଟେଶଙ୍କର ମଧ୍ୟ ସଲମାନଙ୍କ ସମାନ୍ତର ଲିଡ୍ ରୋଲ୍ ଭାବେ ନଜର ଆସିବେ । ଅଧିକ ଖବର ଅନୁସାରେ ଭେଙ୍କଟେଶ ଏବଂ ସଲମାନଙ୍କ ସିନ୍ ଫିଲ୍ମର ବଡ଼ ହାଇଲାଇଟସ୍ ହେବ । ସଲମାନ ଏବଂ ସାଜିଦଙ୍କ ଏହି ଫିଲ୍ମ କଭି ଇଦ୍ କଭି ଦିୱାଲୀ ରହିଛି, ଯାହାର ନାମ ପରିବର୍ତ୍ତିତ ହୋଇପାରେ । ହେଲେ ଏପର୍ଯ୍ୟନ୍ତ ଏସମ୍ପର୍କରେ ଅଫିସିଆଲ ଘୋଷଣା କରାଯାଇନାହିଁ ।
ତେବେ ଏହା କାଷ୍ଟିଂ ଷ୍ଟେଜ୍ରେ ରହିଛି । ଏହି ଫିଲ୍ମରେ ସଲମାନ ଏବଂ ଭେଙ୍କଟେଶଙ୍କ ବ୍ୟତୀତ ପୂଜା ହେଗଡେ, ଆୟୁଷ ଶର୍ମା ଏବଂ ଜହିର ଇକବାଲା ନଜର ଆସିବେ । ପୂଜା ହେଗଡେ ସଲମାନଙ୍କ ଅପୋଜିଟ୍ରେ ଥିବା ବେଳେ ଫିଲ୍ମ ନିର୍ମାତା ଭେଙ୍କଟେଶ୍ଙ୍କ ପାଇଁ ସାଉଥ୍ର ବଡ଼ ହିରୋଇନଙ୍କୁ କାଷ୍ଟ୍ କରିବା ପାଇଁ ଯୋଜନା କରୁଛନ୍ତି । ନିକଟରେ ହାଇଦ୍ରାବାଦରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଲମାନ ଫିଲ୍ମ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)