ନିଟ୍‌ ପିଜି ପରୀକ୍ଷା ହେବନି ବାତିଲ୍‌

ନୂଆଦିଲ୍ଲୀ: ମଇ ୧୩: ନିଟ୍‌ ପିଜି ପରୀକ୍ଷା ହେବନି ବାତିଲ । ରାୟ ଦେଲେ ସୁପ୍ରିମ କୋର୍ଟ । ପ୍ରସ୍ତୁତି କରିଥିବା ହଜାର ହଜାର ଶିକ୍ଷାର୍ଥୀଙ୍କ ପାଇଁ ଅସୁବିଧାର କାରଣ ହେବେ ନାହିଁ କହି ନିଟ୍‌-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ ପାଇଁ ଦାଏର ଆବେଦନକୁ ଖାରଜ କେଲେ କୋର୍ଟ । ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସେ କହିଛନ୍ତି, ପରୀକ୍ଷା ସ୍ଥଗତିକରଣ ଗୋଳମାଳ ଓ ଅନିଶ୍ଚିତତା ସୃଷ୍ଟି କରିବା ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସୃଷ୍ଟି କରିବ । ଶୁଣାଣି ବେଳେ ଅଦାଲତ କହିଥିଲେ ଯେ, ପରୀକ୍ଷା ସ୍ଥଗତିକରଣ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥିବା ୨ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କୁ ଅସୁବିଧାରେ ପକାଇବ । ଆମେ କେମିତି ଏହା କରିପାରିବୁ ବୋଲି ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ । ନିଟ୍‌-ପିଜି ୨୦୨୧’ କାଉନ୍ସେଲିଙ୍ଗରେ ବିଳମ୍ବ ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ବିଫଳ ହେବା ପରେ ପୁଣି ଆବେଦନ କରାଯାଇଥିଲା । ପରୀକ୍ଷାର ସମୟ ର୍ନିଘଣ୍ଟ ପରିବର୍ତ୍ତନ କରିବା ଲାଗି (ଆଇଏମ୍‌ଏ) କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟଙ୍କୁ ମଧ୍ୟ ଅନୁରୋଧ କରିଥିଲା । ମାଣ୍ଡଭୀୟଙ୍କୁ ଲିଖିତ ପତ୍ରରେ ଆଇଏମ୍‌ଏଦ କହିଥିଲା ଯେ, ନିଟ୍‌-ପିଜି ୨୦୨୨’ ପରୀକ୍ଷା ତାରିଖ ଏବଂ ନିଟ୍‌-ପିଜି ୨୦୨୧ କାଉନ୍ସେଲିଙ୍ଗ୍‌ ଶେଷ ମଧ୍ୟରେ ସମୟ ବ୍ୟବଧାନ ବହୁତ ସ୍ୱଳ୍ପ ହୋଇଯାଉଛି । ଏତେ ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅତ୍ୟନ୍ତ କଠିନ ପରୀକ୍ଷା ପାଇଁ ପ୍ରସ୍ତୁତି ଲାଗି ଆଶାୟୀମାନେ ସମୟ ପାଇବେ ନାହିଁ ।

Comments are closed.