ଚର୍ଚ୍ଚାରେ ଡାକ୍ତରଙ୍କ ଡେଟିଂ ସାଇଟ୍‌

ବିବାହ ପ୍ରସ୍ତାବ ଖୋଜିବା ପାଇଁ ଦେଶରେ ଅନେକ େୱବ୍‌ସାଇଟ୍‌ ରହିଛି । ଏଠାରେ ଲୋକମାନେ ବିବାହ ପାଇଁ ପରଫେକଫ ପାର୍ଟନରର ସନ୍ଧାନ କରିଥାନ୍ତି । ଏହି ସାଇଟ୍‌ଗୁଡ଼ିକରେ ପ୍ରତି ବୃତ୍ତିର ଲୋକମାନେ ନିଜର ଗୋଟିଏ ଗୋଟିଏ ପ୍ରୋଫାଇଲ୍‌ ତିଆରି କରିଛନ୍ତି । ହେଲେ ଗୋଟିଏ ବୃତ୍ତିକୁ ନେଇ ମାର୍ଟିମୋନି ସାଇଟ୍‌ ଥିବା କେବେ ଆପଣ ଜାଣିନଥିବେ । ଆଜିକାଲି ଦେଶରେ ଏପରି ଏକ ଖାସ୍‌ ଡେଟିଂ ସାଇଟ୍‌ର ଖୁବ ଚର୍ଚ୍ଚା କରାଯାଉଛି, ଯାହା କେବଳ ଡାକ୍ତରଙ୍କ ପାଇଁ ହିଁ କାମ କରୁଛି ।

 ଚର୍ଚ୍ଚାରେ ଡାକ୍ତରଙ୍କ ଡେଟିଂ ସାଇଟ୍‌

ଏକ େୱବସାଇଟ୍‌ର ରିପୋର୍ଟ ଅନୁସାରେ ମେଡିକୋ ଲାଇଫ୍‌ ପାର୍ଟନର ନାମରେ ଏକ ଭାରତୀୟ ଡେଟିଂ ସାଇଟ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଉଛି । ଏହାର ପଛରେ କାରଣ ହେଉଛି ଏହି ସାଇଟ୍‌ କେବଳ ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ପୁରୁଷ ଏବଂ ମହିଳା ଡାକ୍ତର ରେଜିଷ୍ଟର କରିପାରିବେ ଏବଂ ନିଜ ପାଇଁ ଜୀବନସାଥୀ ଖୋଜିପାରିବେ । ତେବେ ଆପଣ ଭାବୁଥିବେ ଯେ ସୋସିଆଲ ମିଡିଆରେ ଏହାକୁ ନେଇ କାହିଁକି ଆଲୋଚନା କରାଯାଉଛି । ରିପୋର୍ଟ ଅନୁଯାୟୀ, ଲୋକଙ୍କ କହିବା ଅନୁଯାୟୀ ଏହି ସାଇଟ୍‌ ଗୋଟିଏ ଚାକିରି ତଥା ବୃତ୍ତି ପ୍ରତି ପକ୍ଷପାତ ଓ ପାତରଅନ୍ତରକୁ ପ୍ରୋତ୍ସାହିତ କରୁଛି । ଭାରତରେ ପୂର୍ବରୁ ହିଁ ଜାତି, ଧର୍ମ ଏବଂ ସମୁଦାୟ ଆଧାରରେ ଉଚ୍ଚ-ନୀଚ ଭାବନା ରହିଥିବା ବେଳେ ଏହି ଡେଟିଂ ସାଇଟ୍‌ ଅନ୍ୟ ବୃତ୍ତିଠାରୁ ଭିନ୍ନ ହୋଇ ଗୋଟିଏ ବର୍ଗର ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ଲାଗିଛି । ତେଣୁ ଏହି କାରଣରୁ ମେଡିକୋ ଲାଇଫ୍‌ ପାର୍ଟନର ସାଇଟ୍‌ ସମାଲୋଚାନର ଶିକାର ହୋଇଛି । ସୂଚନା ଅନୁଯାୟୀ ଏହି ସାଇଟ୍‌ରେ ରେଜିଷ୍ଟର କରିବା ପାଇଁ ବିଭିନ୍ନ ପ୍ରକାର ପ୍ୟାକେଜ ସହ ଫ୍ରି ପ୍ଲାନ ରହିଛି ।

Comments are closed.