ନୀଳଗିରି : ହାତୀ ଆକ୍ରମଣରେ ନୀଳଗିରି ଭେଟେନାରୀ ଅଫିସର ଶୁଭାଶିଷ ମହାପାତ୍ର ଗୁରୁତର । ଅସୁସ୍ଥ ହାତୀକୁ ଚିକିତ୍ସା କରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣରେ ଗୁରୁତର ହେଲେ ବିଭିଓ ଶୁଭାଶିଷ ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କୁଳଡିହା ଅଭୟାରଣ୍ୟର ବାଲିଆନାଳ ଗେଟ୍ ନିକଟସ୍ଥ ଋଷିଆ ଡ୍ୟାମ ନିକଟରେ ଚାଲିଥିଲା ଅସୁସ୍ଥ ହାତୀର ଚିକିତ୍ସା ।
ସୂଚନା ଅନୁସାରେ, ଏକ ମାଈ ହାତୀ ଅସୁସ୍ଥ ହେବାର ଘଟଣା କୁଳଡିହା ରେଞ୍ଜ ଅଧିକାରୀ ଜାଣିବା ପରେ ପଞ୍ଚଲିଙ୍ଗେଶ୍ବର ଫରେଷ୍ଟର ନୀଳଗିରି ପ୍ରାଣୀ ଚିକିତ୍ସକଙ୍କୁ ଧରି ଅସୁସ୍ଥ ହାତୀର ଚିକିତ୍ସା କରିବାକୁ କୁଳଡିହା ଅଭୟାରଣ୍ୟକୁ ଯାଇଥିଲେ । ସେଠାରେ ଚିକିତ୍ସା ସାରି ଫେରିବା ସମୟରେ ଅନ୍ୟ ଏକ ହାତୀ ପଲଙ୍କ ହାବୁଡ଼ରେ ପଡି ଯାଇଥିଲେ ପଶୁ ଡାକ୍ତର । ହାତୀ ଆକ୍ରମଣରେ ତାଙ୍କ ହାତ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଯେଉଁ ହାତୀକୁ ଚିକିତ୍ସା କରୁଥିଲେ ପଶୁ ଡାକ୍ତର, ତାଙ୍କୁ ମଧ୍ୟ ବିନା ଟ୍ରାଙ୍କୁଲାଇଜରେ ଚିକିତ୍ସା କରାଯାଉଥିବା କୁହାଯାଉଛି ।