ମୁକ୍ତିଲାଭ କଲା ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର୍‌’

ମୁମ୍ବାଇ: ସେପ୍‌ଟେମ୍ବର ୯: ଆଜି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ପ୍ରଥମ ବିଲିଉଡ ଫିଲ୍ମ ‘ଲିଗର୍‌’ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ତାଙ୍କ ନାୟିକା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାଜିଛନ୍ତି । ଏହା ଏକ ଆକ୍ସନ ଆଣ୍ଡ ସ୍ପୋର୍ସ ଫିଲ୍ମ । ଫିଲ୍ମଟିରେ ବିଜୟଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ପ୍ରଯୋଜକ କରନ ଜୋହାରଙ୍କୁ ବହୁତ ପ୍ରଭାବିତ କରିଛି । ସେ ନିଜେ ବୁଲି ବୁଲି ଫିଲ୍ମର ପ୍ରମୋ କରିଛନ୍ତି । ଫିଲ୍ମରେ ଥିବା ସବୁ ଆକ୍ସନ ସିନ୍‌କୁ ବିଜୟ ନିଜେ ସୁଟ୍‌ କରିଛନ୍ତି । ସେଥିପାଇଁ ବହୁତ ପରିଶ୍ରମ କରିଛନ୍ତି । ‘ଗଙ୍ଗାରୁ ଗଙ୍ଗେତ୍ରୀ ପର୍ଯ୍ୟନ୍ତ ଫିଲ୍ମଟି ସଫଳ ହେଉ’ ବୋଲି ବିଜୟ ନିଜର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ ଫିଲ୍ମଟି ମୁକ୍ତିଲାଭ କରିବା ପୂର୍ବରୁ ବିଜୟ ‘ଇଣ୍ଟିଆନ୍‌ ଆଇଡଲ୍‌’ ସିଜନ୍‌ ୧୨ ପ୍ରତିଯୋଗୀ ଶ୍ରନ୍‌ମୁଖପ୍ରିୟାଙ୍କୁ ନିଜ ଫିଲ୍ମରେ ଏକ ବଡ଼ ଅଫର୍‌ ଦେଇଛନ୍ତି । ଶ୍ରନ୍‌ମୁଖପ୍ରିୟା ବିଜୟଙ୍କ ଫିଲ୍ମର ଏକ ଗୀତ ଗାଇଛନ୍ତି । ଗୀତଟି ବେଶ୍‌ ଲୋକପ୍ରିୟ ହେବ ବୋଲି ବିଜୟ ଆଶାବ୍ୟକ୍ତ କରିଛନ୍ତି । ଫିଲ୍ମଟି କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏବଂ ପ୍ରଯୋଜକ ପୁରୀ ଜଗନ୍ନାଧଙ୍କ ପୁରୀ ପ୍ରଡକ୍ସନରେ ମିଳିତ ଭାବେ ସୁଟ୍‌ ହୋଇଛି । ହିନ୍ଦୀ ଭାଷା ସହିତ ତେଲେଗୁ ଭାଷାରେ ମଧ୍ୟ ଫିଲ୍ମଟି ମୁକ୍ତିଲାଭ କରିଛି । ବିଜୟ ଏବଂ ଅନନ୍ୟାଙ୍କ ବ୍ୟତିତ ଫିଲ୍ମରେ ରୋନିତ ରୟ, ଅଲ୍ଲୀ, ମକରନ୍ଦ ଦେଶପାଣ୍ଡେ, ଗେତୁପ ଶ୍ରୀନୁ, ଅବ୍‌ଦୁଲ କ୍ୱାଦିର ଅମିନ୍‌ ଭଳି କଳାକାରଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

Comments are closed.