ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ

ଭୁବନେଶ୍ୱର: ରାସ୍ତାରେ ଲଢ଼ିଲେ ଓଲିଉଡ୍‌ ଷ୍ଟାର୍‌ । ଅଭିନେତା ବାବୁସାନ୍‌ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫାଇଟିଂ ଭିଡିଓ ଏବେ ସମସ୍ତଙ୍କ ମୋବାଇଲରେ ଘୂରିବୁଲୁଛି । ଘରୋଇ କଳହରୁ ଏହିପରି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଭିଡିଓରେ ତୃପ୍ତି ବାବୁସାନ୍‌ ଏବଂ ପ୍ରକୃତିଙ୍କୁ ଏକାଠି କାର୍‌ରେ ପାଉଛନ୍ତି ।

ଏହାପରେ ତୃପ୍ତି ଅଭିନେତ୍ରୀ ପ୍ରକୃତିଙ୍କ କେଶ ଟାଣି ମାଡ଼ ମାରୁଛନ୍ତି ।

ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି ସମୟର ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଲୋକେ ଭିଡିଓ ସୁଟ୍‌ କରିଥିଲେ ।

ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେଲିବ୍ରିଟିଙ୍କ ଏହିଭଳି ଫାଇଟିଂ ଭିଡିଓ ସର୍ବସାଧାରଣ ସ୍ଥାନରେ ଘଟିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଠୁଛି ।

Comments are closed.