ଅଭିନେତା ୟୁସୁଫଙ୍କ ପରଲୋକ

ମୁମ୍ବାଇ: ଅକ୍‌ଟୋବର ୩୦:ଚଳଚିତ୍ର ଓ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ୟୁସୁଫ ହୁସେନ୍‌ଙ୍କର ଆଜି ପରଲୋକ ହୋଇଛି । କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତୁ୍ୟ ବେଳଙ୍କୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଏନେଇ ୟୁସୁଫଙ୍କ ଜ୍ୱାଇଁ ଫିଲ୍ମ ପ୍ରଯୋଜକ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ଖବର ଦେଇଥିଲେ ।

ୟୁସୁଫ୍‌ ଜଣେ ହିନ୍ଦୀ ଧାରାବାହିତ ଅଭିନେତା ହେବା ସହିତ ବହୁତ ଲୋକପ୍ରିୟ ଫିଲ୍ମରେ ଅଭିନୟ ମଧ୍ୟ କରିସାରିଛନ୍ତି । ଦିଲ୍ଲ ଚାହାତା ହେ, ବିବାହ, ଧୁମ୨, କ୍ରିସ ୩, ଓ ମାଇଁ ଗଡ, ସହିଦ, ରଇସ, ଭଳି ଅନେକ ଫିଲ୍ମରେ କାମ କରି ବହୁ ପ୍ରସଂଶା ସାଉଁଟିଛନ୍ତି ।

ୟୁସୁଫଙ୍କ ବିୟୋଗରେ ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ ମଧ୍ୟ ସୋସିଆଲ ମିଡିଆରେ ୟୁସୁଫ ହୁସେନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଏକ ପୋଷ୍ଟ କରିଛନ୍ତି ।

 

Comments are closed.