ଏସିଆ କପ୍‌: ଲକ୍ଷ୍ମଣ ଟିମ୍‌ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ

ମୁମ୍ବାଇ : ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟକା ଲାଗିଛି । ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ପ୍ରତିଯୋଗିତାର ମଧ୍ୟଭାଗ ବେଳକୁ ଦ୍ରାବିଡ଼ ଦଳ ସହ ଯୋଗଦେବାର ସମ୍ଭାବନା ରହିଛି ।

ତେଣୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଏସିଆ କପ୍‌ ପାଇଁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । ଲକ୍ଷ୍ମଣ ୟୁଏଇ ଗସ୍ତ କରି ଦଳ ସହ ଯୋଗଦେବେ ।

ନିକଟରେ ଶେଷ ହୋଇଥିବା ଭାରତ-ଜିମ୍ବାେୱ ଦିନିକିଆ ଶୃଙ୍ଖଳାରେ ଲକ୍ଷ୍ମଣ ମେନ୍‌ ଇନ୍‌ ବ୍ଲୁ୍ୟର ମଙ୍ଗ ଧରିଥିଲେ । ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ୩-୦ରେ ଶୃଙ୍ଖଳା କ୍ଲିନ୍‌ ସୁଇପ୍‌ କରି ଘରକୁ ଫେରିଛି । ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ଉପଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଦା ଓ ଆଭେସ୍‌ ଖାନ୍‌ ଜିମ୍ବାେୱର ହରାରେରୁ ଦୁବାଇ ଯାଇଛନ୍ତି ।

Har Ghar Tiranga